Audio

Forum

Read

Contests

Language


Write

Sign in
Wohoo!,
Dear user,
ଗୁହାରୀ
ଗୁହାରୀ
★★★★★

© Chittaranjan Lenka

Others

1 Minutes   6.5K    3


Content Ranking

ଯେଉଁ ପରଶରେ     ପାଷାଣୀ ଅହଲ୍ୟା

ପାଇଲା ଦିବ୍ୟ ଜୀବନ

ସେ ପରଶ ଟିକେ     ପାଇବାକୁ ପ୍ରାଣ

ହୁଅଇ ସଦା ଉଛନ୍ନ


ଯେଉଁ ଅଧିକାରେ    ବିଜ୍ଞାନୀ କୈବର୍ତ୍ତ

ଧୋଇଲା ତୁମ ଚରଣ

ସେଇ ଅଧିକାର     ମିଳନ୍ତା କି ଟିକେ

ତୁଟନ୍ତା ମାୟା ବନ୍ଧନ


ଯିଏ ଯାହା ଭାବୁ      ଭଲ ଭାବେ ଜାଣେ

ତୁମେ ଭକତ ଅଧୀନ

ତୁମେ ନ ଚାହିଁଲେ    କିଏ ଦେବ ସେହି

ଭକ୍ତ ତାଲିକାରେ ସ୍ଥାନ?


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ପରଶ ଅଧିକାର ସ୍ଥାନ

Rate the content


Originality
Flow
Language
Cover design

Comments

Post


Some text some message..