ଗୁହାରୀ
ଗୁହାରୀ
1 min
6.5K
ଯେଉଁ ପରଶରେ ପାଷାଣୀ ଅହଲ୍ୟା
ପାଇଲା ଦିବ୍ୟ ଜୀବନ
ସେ ପରଶ ଟିକେ ପାଇବାକୁ ପ୍ରାଣ
ହୁଅଇ ସଦା ଉଛନ୍ନ
ଯେଉଁ ଅଧିକାରେ ବିଜ୍ଞାନୀ କୈବର୍ତ୍ତ
ଧୋଇଲା ତୁମ ଚରଣ
ସେଇ ଅଧିକାର ମିଳନ୍ତା କି ଟିକେ
ତୁଟନ୍ତା ମାୟା ବନ୍ଧନ
ଯିଏ ଯାହା ଭାବୁ ଭଲ ଭାବେ ଜାଣେ
ତୁମେ ଭକତ ଅଧୀନ
ତୁମେ ନ ଚାହିଁଲେ କିଏ ଦେବ ସେହି
ଭକ୍ତ ତାଲିକାରେ ସ୍ଥାନ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)©