Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan barik

Tragedy

3  

Jyotiranjan barik

Tragedy

●ଅସହାୟ ଈଶ୍ଵର●

●ଅସହାୟ ଈଶ୍ଵର●

1 min
338


ଈଶ୍ଵର ବି ଉତ୍ତର ଖୋଜୁଛନ୍ତି 

ସେଇ ପ୍ରଶ୍ନର !

ଯୋଉ ପ୍ରଶ୍ନ ପଚାରିଥିଲେ 

ଇତିଶ୍ରୀ ,ବେବିନା , ଛବିରାଣୀ  

ଆଉ କୁନ୍ଦୁଲି ପିଡିତା ସସ୍ମିତା , 

ସ୍ୱର୍ଗରେ ଥାଇ !


ଆମର ଦୋଷ କଣ ? 

ଆମକୁ କାହିଁକି ମାରିଦିଆ ଗଲା ? 

ଆମକୁ ମାରିଲା ବେଳେ ଆପଣ ଥିଲେ କୋଉଠି ?? 


କଣ ବା ଉତ୍ତର ଦେବେ ଈଶ୍ଵର !!

ସେ ତ ଅନ୍ଧ ଆଉ କାଲ 

ସେ ତ ମୁକ ଆଉ ବଧିର 

ନହେଲେ କଣ ହେଇଥାନ୍ତା 

ଏ ନିରୀହ ପ୍ରାଣ ଗୁଡ଼ାକର ବଳତ୍କାର !! 


ଏମିତି ହଜାର ହଜାର ବେବିନା 

ଲକ୍ଷ ଲକ୍ଷ ଇତିଶ୍ରୀ ଓ

କୋଟି କୋଟି ଛବିରାଣୀ ଜନ୍ମ ନେବେ 


ଆଉ ସେମାନେ ବି !

ସମାଜର ଡିମା ଡିମା ଆଖିରେ

ବଳତ୍କାରି ର ଶକ୍ତ ପଞ୍ଝାରେ

ଆହାର ପାଲଟି ଯିବେ ,

ଦେଖୁଥିବ ପ୍ରଶାସନ କିନ୍ତୁ ଚୁପ୍ ରହିବ 

ନେତା ଅଫିସର ମାନଙ୍କ ଲାଂଚରେ ,


ଆଉ ବଳତ୍କାରି !! ହୁଁ 

ଜୀଅନ୍ତା ଦେହ ଟାକୁ 

ବାରମ୍ବାର ପୋଷ୍ଟମୋଟମ୍ କରିଚାଲିବ ନିର୍ଭୟରେ 

କାରଣ ତାକୁ କୁ ବି ଜଣା 

ଏବେ ଈଶ୍ଵର ଅସହାୟ !!! 


ଯୋଉଠି ଈଶ୍ୱର ଅସହାୟ 

ସେଠି ଏ ପ୍ରଶାସନ ବା କଣ କରିବ !!


ଏବେ ଖାଲି ଦେଖିବାର ପାଳି 

ନୂଆ ବେବିନା ,ନୂଆ ଇତିଶ୍ରୀ 

ନୂଆ ଛବିରାଣୀ ଆଉ ନୂଆ ସସ୍ମିତା ଙ୍କ 

ଅନିଚ୍ଛା ମୃତ୍ୟୁ ।

        


Rate this content
Log in

Similar oriya poem from Tragedy