Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ମୋ ହାତ ଲେଖନୀ (ପ୍ରଥମ ଭାଗ)

ମୋ ହାତ ଲେଖନୀ (ପ୍ରଥମ ଭାଗ)

1 min
387



ଏକାକୀ ଥିଲା ମୋ

ନିସଙ୍ଗ ଜୀବନ 

ବେରଙ୍ଗ ଚାଲିବା ପଥ

ସେ ମଧୁ ଲଗନେ

ଲେଖନୀ ପରଷ 

ସାଜିଲା ପରାଣ ମିତ ।


କେତେ ମଧୂଭରା 

ସେ ପହିଲି ହସ 

କେତେ ପ୍ରିତି ଛୁଆଁ ତା'ର

କେତେ ସ୍ନେହବୋଳା 

ମାଦକତା ଭରା

ଲେଖନୀ ଅମିୟ ଝର ।


ଅଭିମାନେ ଯେବେ

ମିଛରେ ମିଛରେ 

ନିଜ ପାଖେ ଯାଏ ରୁଷି

ଭାବନା ସଙ୍ଗତେ 

ମୃଦୁ ହାସ୍ୟମୁଖେ

କର ପରେ ଯାଏ ବସି ।


କେବେ ସେ ଫୁଲେଇ

କେବେ ସେ ଗେହ୍ଲେଇ

କେବେ ଭାରି କ୍ଷଣକୋପୀ 

କେବେ ବଂଶୀ ସ୍ୱନ

ପିରତି ଯମୁନା 

କେବେ ରାସରଙ୍ଗ ଗୋପୀ ।


କେବେ ଓଠ ଚୁମେ

କେବେ ହୃଦେ ଝୁମେ 

ଯାଦୁଗରୀ ଶବ୍ଦ ଛୁଇଁ 

କେବେ ଭସାମେଘ

କେବେ ନୀଳ ନଭ

କେବେ ସରସୀ'ର କଇଁ ।


ଯେବେ ମୋ ଭାବନା 

ଲେଖନୀ ମୁନରେ 

ଆସିବାକୁ କରେ ଡେରି

ଭାବ ଭବ ରଙ୍ଗେ 

ଲୁହ ଲହୁ ସଙ୍ଗେ 

ଟାଣେ ମୋର ହାତଧରି ।


ଚିନ୍ତା ଚେତନା ମୋ

ଲେଖନୀ ସଙ୍ଗତେ

ଯଦି ନ ହୁଅନ୍ତି ଠିଆ

ଅନ୍ତରେ ଅନ୍ତରେ 

ଅଦୃଶ୍ୟ ଭୀତିରେ 

ପ୍ରକମ୍ପିତ ହୁଏ ହିଆ ।


 କ୍ରମଶଃ



Rate this content
Log in