Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sudama Lenka

Others

3  

Sudama Lenka

Others

ବରଷା  ରାଣୀ

ବରଷା  ରାଣୀ

1 min
7.1K


ତୁମ ବାଟ ଚାହିଁ ବସିଛି ମୟୂର


ବସିଛି ଏ ବନ ଲତା ,


ମୃତ୍ତିକା କହୁଛି କାହିଁ ମୋର ପ୍ରିୟା


କାହିଁ ସେ ବରଷା ମାତା ll


କୋଇଲି ତ ଆଉ ଗାଉନାହିଁ ଗୀତ


ମାରେ ଝାଞ୍ଜି ଖରା ଶୀତ ,


ରୂପେଲି ନଈଟି ଅନେଇ ବସିଛି


ତୁମ ସ୍ପର୍ଶ ପାଇଁ ମିତ ll


ଚାଷୀ ଭାଇ ଆଜି ବିଲରେ କାନ୍ଦୁଛି


ନାହିଁ ତା' ଓଠରେ ହସ ,


ସୁନେଲି କ୍ଷେତକୁ ଚାହିଁଲା ବେଳକୁ


ଦିଶେ ତାକୁ ବାର ମାସ ll


ତୁମେତ ଶୀତଳ ସଭିଁଙ୍କର କୋଳ


କାହିଁ ରହିଅଛ ଦୂରେ ,


ତୁମ ବିନା ଆଜି ବସୁଧା କହୁଛି


ମୋ କୋଳ ଶୂନ୍ୟ ଉର୍ଦ୍ଧରେ ll


କହେ ଜୀବ ଗଣ ବରଷା ହେ ଶୁଣ


ଫେରିଆସ ତୁମେ ଜାଣି ,


ବିଲ , ବଣ, ନଈ ହେଉଥାଇ କହି


ତୁମେତ ବରଷା ରାଣୀ ll


Rate this content
Log in