Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ଠାକୁରଙ୍କ ପାଦଦେଶ

ଠାକୁରଙ୍କ ପାଦଦେଶ

1 min
6.7K


ଠାକୁରଙ୍କ ପାଦଦେଶ

ଉତ୍କଳ ଏକ ଶ୍ରୀଜଗନ୍ନାଥଙ୍କ

ଆଶୀର୍ବାଦ ପୁଷ୍ଟ ଭୂମି

ସରଗ ସମାନ, ଗରିମା ମହାନ

ତାଙ୍କ ଶ୍ରୀଚରଣ ଚୁମ୍ବି  ।

ପ୍ରତି ଧୂଳିକଣା ନିର୍ଭେଜାଲ ସୁନା

ପ୍ରଭୁଙ୍କ ଲୀଳାକ୍ଷେତ୍ର

ଗଗନେ ପବନେ ଧୂପ ଓ ଝୁଣାର

ସୁଗନ୍ଧ ଅହୋରାତ୍ର  ।

ବେଦମନ୍ତ୍ର, ଗାୟତ୍ରୀ ଛନ୍ଦ

ଗୀତା ଅମୃତବାଣୀ

ନୀରବ ଧ୍ୟାନରେ ବାଜଇ କାନରେ

ଗୁରୁଗମ୍ଭୀର ଧ୍ୱନି  ।

ଏ ହେଲା ପ୍ରାଚୀନ କଳିଙ୍ଗ ପ୍ରଦେଶ

ଏଇ ଠାକୁରଙ୍କ ଦେଶେ

ପ୍ରଭୁ ନାରାୟଣ ଦିଏ ଦରଶନ

ନାନା ରୂପେ ନାନା ବେଶେ  ।

ଦୁର୍ଲଭ ସର୍ବ ମାନବ ଜୀବନ

ଜନମ ଏ ଉତ୍କଳେ

ଭୂମିଷ୍ଠ ଠାରୁ ବଞ୍ଚିଥିବା ଯାଇ

ପ୍ରଭୁଙ୍କ ପାଦତଳେ  ।


Rate this content
Log in