ଖାଲିପାଦରେ ଯାଉଚି ପ୍ରଭୁ
ଖାଲିପାଦରେ ଯାଉଚି ପ୍ରଭୁ
ଖାଲିପାଦରେ ଯାଉଚି ପ୍ରଭୁ
ପର୍ଶୁରାମ ବିଶ୍ୱାଳ
ମୁଣ୍ଡରେ ମାଟି ମୁଣ୍ଡେଇ ଜଗା ରାସ୍ତା ଗଢ଼ିଲି ମୁହିଁ
ପେଁ ପାଁ ହେଇ ଗାଡ଼ି ମଟର ସେବାଟେ ଯାଏ ଧାଇଁ
ଖାଲିପାଦରେ ଯାଉଚି ପ୍ରଭୁ ପଇସା ମୋର ନାହିଁ
ବାହାବାହାରେ କଳାକହ୍ନେଇ, ବାହାବାହାରେ କଳାକହ୍ନେଇ
ଭଲ ବିଚାର ରଖିଚୁ ଜଗା ତୁ ମୋହରି ପାଇଁ !
ଜୀବନସାରା ଗଢ଼ିଲି ଜଗା କେତେ ମୁଁ କୋଠାବାଡ଼ି
ଛାଇପାରେନା ଭଙ୍ଗାଚାଳଟି, ଯାଉଚି ସିଏ ଉଜୁଡ଼ି
ଗରିବ ଲୋକ ହଜାର ଲକ୍ଷ ପାଇବି କହ କାହିଁ
ପଇସା ନାହିଁ ମୋ ପୁଅ ପାଠ ଅଧାରୁ ଗଲା ରହି
ବାହାବାହାରେ କଳାକହ୍ନେଇ, ବାହାବାହାରେ କଳାକହ୍ନେଇ !
ଶୁଖିଲା ରୁଟି ମିଳେନା ମତେ, କେ’ ଖାଏ କଷା ମାଉଁସ
ଗରିବ ବୋଲି ସମାଜ ଯାହା କରଇ ଉପହାସ
ଗୁମୁରି କାନ୍ଦେ ପ୍ରାଣଟି ମୋର, କେହି ବି ଦେଖେନାହିଁ
ଦେଖୁଚୁ ସବୁ ବଡ଼ଠାକୁର ନୀଳକନ୍ଦରେ ଥାଇ
ବାହାବାହାରେ କଳାକହ୍ନେଇ, ବାହାବାହାରେ କଳାକହ୍ନେଇ !
ରକତ ମୋର ପାଣି କରି ମୁଁ ସୁନାଫସଲ ଫଳାଏ
ଏଇ ସମାଜ ବୁଝୁନି ଜଗା, ବୁଝିବ ଆଉ କିଏ
କୋର୍ଟ କଚେରି ଯହିଁ ବି ଗଲେ ମୋର ଆଦର ନାହିଁ
ମୁଁ ଅଖୋଜା ମୁଁ ଅଲୋଡ଼ା ମୂରୁଖ ବୋଲି କହି
ବାହାବାହାରେ କଳାକହ୍ନେଇ, ବାହାବାହାରେ କଳାକହ୍ନେଇ !
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****