କୁହ ଟିକେ ୨
କୁହ ଟିକେ ୨
1 min
1K
ପିଆଜ କାଟିଲେ ଆଖିରୁ ଆମର
କାହିଁକି ବୁହଇ ଲୁହ
ଜାଣିଥାଅ ଯଦି ନିର୍ଭୁଲ ଭାବରେ
ଆମକୁ ଟିକିଏ କୁହ ।।
ସେଓକୁ କାଟିକି ରଖିଦେଲେ ତା'ର
ରଙ୍ଗ କାହିଁ ହୁଏ ବ୍ରାଉନ୍
ଏହାର ରହସ୍ୟ ସରଳ ଭାଷାରେ
ବୁଝେଇପାରିବ କଉନ୍ ।।
ଲେମ୍ବୁ କାଟିଦେଲେ ପାଟିକୁ କାହିଁକିଁ
ଲାଗଇ ଆମ୍ବିଳା ଖଟା
ଜଣେ ଜଣେ କୁହ ଉତ୍ତର ଏହାର
ନହୋଇକି ବାଡାପିଟା ।।
ଲଙ୍କାରେ ଏମିତି କ'ଣ ଅଛି ଯେ
ପାଟିକୁ ଲାଗଇ ରାଗ
ଗୁପୁଚୁପ୍ ପାର୍ଟି ମିଳିବ ତାହାକୁ
ଉତ୍ତର ଦେବ ଯେ ଆଗ ।।