କବିତା
କବିତା
ସଆନ୍ତହେ ! ତମେ ଘୋଷଯାତ୍ରାପାଇଁ
ଭାଇ ଭଉଣୀକୁ ନେଇ,
ଯାଉଅଛ ଏଣେ ସାଆନ୍ତାଣୀ ଘରେ.
ଅଛନ୍ତି ମୁହଁ ଶୁଖେଇ।
ତମ ଖନ୍ଦାଶାଳ କଥା ବୁଝି ବୁଝି
ତାଂକ ଅଣ୍ଟା ନଇଁଲାଣି,
ପାର୍ଶ୍ବଦେବତାଙ୍କ ଅଳି ଅରଦଳି
ଶୁଣି ବଧିରା ହେଲେଣି।
ଚାହିଁ ବସିଥିଲେ ବରଷକେ ଥରେ
ତୁମସଂଗେ ଯିବାପାଇଁ,
ମନ ଭାଙ୍ଗିଦେଲ ରୁଷୀବସିଛନ୍ତି
ମନାଅ ଟିକିଏ ଯାଇ।
ତମପରି ଜଣେ ସାଆନ୍ତ ଏମନ୍ତ
କଲେ କେମନ୍ତ ହୋଇବ,
ଅର୍ଧାଙ୍ଗିନୀ ମନ ବୁଝି ନପାରିଲେ
ଜଗତ ନିନ୍ଦା କରିବ।
କ'ଣବା ସରିଯାଇଥାନ୍ତା କିଛି
ଶଙ୍ଖା ଚୁଡି କିଣିଥାନ୍ତେ,
ଭକତଙ୍କ ମେଳେ ହସି ହସି
କିଛି ଆଶୀର୍ବାଦ ଢାଳିଥାନ୍ତେ।
ମାନ ଏ ଭୃତ୍ୟର କଥା ହେ ସାଆନ୍ତେ
ନିଅ ମାଆଙ୍କୁ ସାଙ୍ଗରେ,
ଜଗତର ଲୋକେ ଚାହିଁ ବସିଛନ୍ତି
ତାଙ୍କ ଦର୍ଶନ ଆଶାରେ।
ଇତି,
ତୁମଭୃତ୍ୟ
କୁଳମଣି ଷଡଙ୍ଗୀ