Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Romance Abstract Others

3  

gouranga charan beura

Romance Abstract Others

ମୃଣାଳିନୀ

ମୃଣାଳିନୀ

1 min
6.7K


ସପନ ପଲଂକେ ତୁମେ ରାଜଜେମା

ସପନର ପାରିଜାତ,

ସପନ ବେଦୀରେ ତୁମେ ମୃଗତୃଷ୍ଣା,

ସପନର ଐରାବତ ॥

ସପନ ନିଳୟେ ତୁମେ ହୃଦିପଦ୍ମା

ସପନ ସାଗର ମୁକ୍ତା,

ସପନ ଝରରେ ତୁମେ ସ୍ରୋତସ୍ୱିନୀ

ସପନ ଫୁଲ ଫଳିକା ॥

ସପନ ନିଦ୍ରାରେ ତୁମେ ଶକୁନ୍ତଳା

ସପନର ତରଂଗିଣୀ,

ସପନ ଶେଯରେ ତୁମେ ମଦାଳସୀ

ସପନ ପ୍ରେମ ରାଗିଣୀ ॥

ସପନ ସରଗେ ଫୁଲେଇ ଚନ୍ଦ୍ରମା

ସପନର ସନ୍ଧ୍ୟାତାରା,

ସପନ ତୋଡାରେ ବାସନା କେତକୀ

ସପନ କୁଂଜରେ ରାଧା ॥

ସପନ ପର୍ବତେ ତୁମେ ରମାଦେବୀ

ସପନ ଶେଫାଳୀ ତୁମେ,

ସପନର ଦିବ୍ୟ ରାଜବାଟିକାରେ

ସପନ ଭ୍ରମରୀ ନାମେ ॥

ସପନ ମନ୍ଦିରେ ତୁମେ ପୂଜାରିଣୀ

ସପନର ମୟୂରାକ୍ଷୀ,

ସପନ ବୀଣାରେ ସ୍ୱରର ଝଂକାର

ସପନର ଶୁଭାକାଂକ୍ଷୀ ॥

ସପନର ମୋର ପୀରତି ବଳୟେ

ସପନ କାମିନୀ ମୋର,

ସପନର ତୁମ ପୀରତି ମଦିରା

ସପନେ ବିନ୍ଧୁଛ ଶର ॥

ସପନର ଚିର କାମ ବହ୍ନି ପରେ

ସପନ ସଳିତା ଜାଳି,

ସପନ ଆଖିରେ ପୁଳାଏ ସପନେ

ମୋତେ ଦେଉଅଛ ଜାଳି ॥

------ଗୈାରାଂଗ ଚରଣ ବେଉରା------

-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ----


Rate this content
Log in

Similar oriya poem from Romance