କା ଆଗେ କରିବି ପ୍ରଣତି
କା ଆଗେ କରିବି ପ୍ରଣତି
ଅଭିମାନ ଅବା କ୍ରୋଧେ ନୁହେଁ
ଅବା ପ୍ରଶ୍ନ ଯମା କରୁନାହିଁ,
ମନ ବୁଝାଇବା ଆଶାରେ କହେ ମୁଁ
ଆପେ ଯାଏ କହିକହି।
କାହାକୁ କରିବି କା'ଆଗେ ପ୍ରଣତି
ଏ ସ୍ଵାର୍ଥପର ଦୁନିଆଁରେ,
ଅବିବେକି ହୀନ ପିଶାଚ ଯେଉଁଠି
ବୁଲୁଥାନ୍ତି ତିମିରରେ।
ମଉଜ୍,ମଜଲିସ୍ ପାଇଁ କରୁଥାନ୍ତି
ଅନ୍ୟକୁ ସେ ବ୍ୟବହାର,
କୋଟି କୋଟି ଜୀବ ପ୍ରାଣଭିକ୍ଷା କରି
କରୁଥାନ୍ତି ଚିତ୍କାର।
କୁକୁଡ଼ା, ଛେଳି ଓ ନୀରିହ ପଶୁଙ୍କୁ
ମାରି ପୋଷନ୍ତି ଉଦର,
ନାରୀ ମାଂସଲୋଭୀ କାମୁକ ନାରୀଙ୍କୁ
କରୁଥାଏ ବଳାତ୍କାର।
କଲ ବଲ କରି ପୁରୁଷ ପଣିଆ
କରୁଥାଏ ସେ ଜାହିର,
ଶ୍ରେଷ୍ଠ ଜୀବ ଆଉ ଜ୍ଞାନୀ ପଣିଆରେ
ହୋଇଥାଏ ସେ ମାହିର ।
ସ୍ଵାର୍ଥକୁ କରନ୍ତି ସାରଥି ସେ ଆଜି
ସଭ୍ୟ ହୋଇ ସମାଜରେ,
କାହିଁକି କରିବି କା ଆଗେ ପ୍ରଣତି
ସ୍ଵାର୍ଥପର ଦୁନିଆଁରେ ।
ପ୍ରଣତି ମହାପାତ୍ର