Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ପାର୍ବଣ ସମ୍ଭାର

ପାର୍ବଣ ସମ୍ଭାର

1 min
13.4K


ପବିତ୍ର ଭାରତ ଶତପ୍ରଣୀପାତ

ପୂଜ୍ୟାସ୍ପଦା ମାତୃ ଶକ୍ତି ,

ପ୍ରଥା ପରମ୍ପରା ବିଧିର ବ୍ଯବସ୍ଥା

ମାତୃଭକ୍ତି ଅନୁରକ୍ତି ! !


ପାର୍ବଣ ସମ୍ଭାର ଆଣିଛି ଶରତ

ହସୁଛି ମୁଣ୍ମୟ ମୂର୍ତ୍ତୀ ,

ମୃଦଙ୍ଗ କାହାଳୀ ଶଙ୍ଖ ଭେରୀ ତୁରୀ

ଶବଦେ ଭାସୁଛି ପ୍ରୀତି ! !


ଦେବ ଦେଵାଲୋକ ସତରେ ବିସ୍ମିତ

ମାତୃ ଭକ୍ତି ପ୍ରୀତି ଦେଖି ,

ଏମର୍ତ୍ତ୍ୟ ମଣ୍ଡଳେ ଭାରତ ଭୁଖଣ୍ଡେ

ମାଆ କୃପାବଳେ ସୁଖୀ ! !


କେତେ ସାଜ ସଜା ମା' ପାଇଁ ସଦିଚ୍ଛା

ବର୍ଣ୍ଣାଳୀ ଆଲୋକ ମାଳା ,

ମାତୃ ପୀଠସ୍ଥଳୀ ପଡୁଛି ଉଚ୍ଛୁଳି

ଆହାକି କୁହୁକ ଲୀଳା ! !


ପୁଜା ମଣ୍ଡପରେ ଭକତି ସୌହାର୍ଦ୍ଦେ

ଝରୁଛିମା' ପ୍ରୀତି ପୁଷ୍ପ ,

ସର୍ବ କାମନାରେ ତବ ନାମ ଭାସେ

ଦୁଃଖ ହୋଇ ଯାଏ ବାଷ୍ପ ! !


ପାପ ନାଶକର କୋପ ନାଶ କର

ଶକ୍ତି ରୁପା ମାଆ ଦୁର୍ଗା ,

ହସିବ ସଂସାର ତୁମ୍ଭରି ବିଭବ

ସଦା ଥାଉ କୃପା ନିଘା ! !


ହେ' ମାଆ ସୁରଭି ମହିଷାମର୍ଦ୍ଦିନ

ଶ୍ରୀଚରଣେ ଥାଉ ଭକ୍ତି ,

ସୁଖର ସମ୍ଭାର ତୁମ୍ଭରି ଆଶିଷ

ମୌକ୍ତିକ ଜନନୀ ଶୁକ୍ତି ! !


ପଦ୍ମଜା ବିଭଜା ଲକ୍ଷ୍ମୀ ଅନ୍ନପୂର୍ଣ୍ଣା

ହେ'ମା କରୁଣାମୟୀ ,

ହସିବ ଭାରତ କର ଆଶିର୍ବାଦ

ତୁମ୍ଭେ ପରା କାଳଜୟୀ ! !


ଭକ୍ତି ଅର୍ଘ୍ୟ ଘେନି ଯାଆ ମା ' ଭବାନୀ

ଆସିବ ସରାଗେ ପୁଣି ,

ଆର ବରଷକୁ ଦଶହରା ବେଳକୁ

ରହିଲି ମୁଁ ଦିନ ଗଣି ! !


ସଦାନନ୍ଦ ସାହୁ ,

ଧୁରୁଷିଆ , ଆଠଗଡ , କଟକ ,


Rate this content
Log in