Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୋହା ସପ୍ତକ- ବସନ୍ତ
ଦୋହା ସପ୍ତକ- ବସନ୍ତ
★★★★★

© Bidyutprabha Gantayat

Others

1 Minutes   6.8K    8


Content Ranking

ଝୁଲି ଝୁଲି ଆସ ମଧୁମାସ ସୁରମ୍ୟ ଦୋଳାରେ

ପଲ୍ଲବିତ ବାର୍ତ୍ତା ନେଇ

ମନର ଗୋପନ ବେଳାରେ।

କାକଳି କୂଜିତ ନୀଳ ହ୍ରଦ

ନୀଳକଇଁ ଉନ୍ମନା

ପରାଗ ସିଂଚିତ ପାରିଜାତ

ବନ ମନ୍ଦ ମନ୍ଦ ବାସ୍ନା।

ଛାୟାଲୋକ ଉପବନ କିଆ

କେତକୀ ମହକେ

ସୂର୍ଯ୍ୟସ୍ନାତ ଶୋଭାବନ ସୁଉଜ୍ଜ୍ବଳ କିରଣ ଝଟକେ।

ପଳାଶେ ଅଗ୍ନି ଦହନ କୃଷ୍ଣଚୂଡା ଫୁଲରେ ଫୁଲରେ

ଆମ୍ରକୁଂଜେ ପିକ ଗାଏ

ବାସନ୍ତିକା ରାଗ ପଞ୍ଚମରେ।

ମୁଗ୍ଧ ମଧୁପ ପଙ୍କ୍ତିର ବାଗେଶ୍ଵରୀ ବୃନ୍ଦଗାନ ମଧୁସିକ୍ତ

ଶୁଭ୍ର ମଲ୍ଲିକା ସଂଭାରେ

ବସନ୍ତ ମଞ୍ଚେ ଅଭିଷିକ୍ତ।

ଆହ୍ଲାଦିତ ଋତ ସ୍ତାବକ

ସଂଭାଷଣ ସର୍ବେ ମୁଗ୍ଧ

ପ୍ରକୃତିର ପ୍ରୀତିପର୍ବ ଚରାଚର

ବିଧୂର ବିଦଗ୍ଧ।

ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ।

ଝୁଲି ମଧୁମାସ ପାରିଜାତ

Rate the content


Originality
Flow
Language
Cover design

Comments

Post


Some text some message..