Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Tragedy

3  

Kulamani Sarangi

Tragedy

ପ୍ରତାରଣା

ପ୍ରତାରଣା

1 min
7.2K




ଆଖି ଶାମୁକାରୁ ମୁକ୍ତା ଦେଇ ମୋତେ

କରିବାକୁ ସୌଦାଗର,

ଦେଇଥିଲ ପ୍ରତିଶ୍ରୁତି ଦିନେ,ଆଜି

ଭୁଲିଛି ମନ ତୁମର।


ସେ ପ୍ରତିଶ୍ରୁତିରେ ଆନନ୍ଦେ ମୋ ମନ

ଗଲା ଆକାଶରେ ହଜି,

ସଉଦାରେ କେତେ ହେଲା ଲାଭ-କ୍ଷତି

ତଉଲୁଛି ବସି ଆଜି।


ମୁକ୍ତା ବୋଲି ଯାହା ଦେଇଥିଲ ସେତ

ପାଲଟିଲା କାଚ ଗୋଟି,

ନକଲି ଶାମୁକା ଭିତର ଖୋଜିଲେ

ମିଳନ୍ତା ମୁକ୍ତା କେଉଁଠି ?!


ତୁମ ପ୍ରତିଶ୍ରୁତି ଭିତରେ ଥିଲା ତ

ପ୍ରତାରଣା ଫଲଗୁ ଧାର,

ଆଇନା ଭାବି ତା ମନକୁ ଭାଙ୍ଗିବା,

କିଏ ଦେଲା ଅଧିକାର ?


ପ୍ରତିଶ୍ରୁତି ଆଉ ପ୍ରତାରଣା ଦିନେ

ଗଲେ ଏକାକାର ହୋଇ,

ନିଶାର୍ଦ୍ଧରେ ଝରେ,ବରଷା ନୁହେଁ ଏ

କାହାର ଲୁହର ନଈ।


ଯାହାକୁ ଖେଳନା ଭାବି ଭାଙ୍ଗିଦେଲା

ତୁମର ଖିଆଲୀ ମନ,

ଖେଳନା ନୁହେଁ ସେ କାହାର ନିରିହ

ହୃଦୟର ପ୍ରିତୀ ଜହ୍ନ।


Rate this content
Log in

Similar oriya poem from Tragedy