Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama

5.0  

ବି. ନିରୁପମା

Drama

କି ଗୁଣ ଆ'ପାଶେ ଦିଶିଲା

କି ଗୁଣ ଆ'ପାଶେ ଦିଶିଲା

1 min
7.4K



ହେଇଟି କହ୍ନେଇ ଆସିଲା ,

ଦରଜାରେ ମୁହଁ ଦିଶିଲା-

ମୁରୁକି ମୁରୁକି ହସିଲା ,

ଅଣ୍ଟାରେ ଗାମୁଛା ଖୋସିଲା ;

ସଖାମେଳେ ମିଶି,ଲୁଚିଛପି ଆସି-

ଲଳିତାର ଘରେ ପଶିଲା ।(୦)


ଦେଖିଦେଲା ବୋଲି ଜଟିଳା ମାଉସୀ ,

ତା' ଘରକୁ ଆଉ ପାରିଲାନି ପଶି ।

ତରତର ହୋଇ ପଳାଇଲା ଖସି

ମିଛେ ଖୁଉଁ ଖୁଉଁ କାଶିଲା ।(୧)


ହେଇଟି କହ୍ନେଇ ଆସିଲା ,

ଦରଜାରେ ମୁହଁ ଦିଶିଲା...


କେଡ଼େ ଛନ୍ଦ ଇଏ ଜାଣିଛି ଲୋ ସହି ,

କହିଲେ ତା' ଗୁଣ ରାତି ଯିବ ପାହି ।

ତଥାପି କେମିତି ମନ ନିଏ ମୋହି

କି ଗୁଣ ଆ' ପାଶେ ଦିଶିଲା ।(୨)


ହେଇଟି କହ୍ନେଇ ଆସିଲା ,

ଦରଜାରେ ମୁହଁ ଦିଶିଲା-


ମୁରୁକି ମୁରୁକି ହସିଲା ,

ଅଣ୍ଟାରେ ଗାମୁଛା ଖୋସିଲା :

ସଖାମେଳେ ମିଶି,ଲୁଚିଛପି ଆସି

ଲଳିତାର ଘରେ ପଶିଲା ।

ହେଇଟି କହ୍ନେଇ ଆସିଲା...।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Drama