Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ନିତ୍ୟ ନିରାମୟ

ନିତ୍ୟ ନିରାମୟ

1 min
326


ଶଯ୍ୟା ତ୍ୟାଗ ପରେ ନିତ୍ୟ କର୍ମ ସାରି କସରତ ଅଳ୍ପ କରି

ପ୍ରାତ ଭ୍ରମଣର ମଜା ନେଇ ଶୁଦ୍ଧ ବାୟୁ ଆହରଣ କରି ।

ଝାଳ ନିଗାଡିଣ ଆସନଟେ ପାରି ସିଦ୍ଧାସନରେ ବସିବ

ପଦ୍ମାସନ ହେଲେ ଆହୁରି ଉତ୍ତମ ମୁକ୍ତ ବାୟୁ ଯଦି ଥିବ ।

ଶାନ୍ତ ସମାହିତ ଚିତ୍ତ ବୃତ୍ତି ସହ ଚକ୍ଷୁ ମୁଦ୍ରିତ କରି

'ଭସ୍ତ୍ରିକା' ଦ୍ବାରା ମଇଳା ଶରୀରୁ ନିଗାଡିବା ଯୋର୍ କରି ।

'କପାଳ ଭାତି' ର ସାହାରା ନେଇଣ ଭିତର କରିବା ସଫା

'ଅନୁଲୋମ ବିଲୋମ' 'ଭ୍ରମରୀ' ସହିତ 'ଉଦଗ୍ରୀବ' ପାଂଚ ଦଫା ।

ତିରିଶ ମିନିଟ୍ ସକାଳୁ ସକାଳୁ ନିଜ ପାଇଁ ଯଦି ଦେବ

ରୋଗ ବ୍ୟାଧି କାହିଁ ଛାଡି ପଳାଇବ ବଇଦ ମଶା ମାରିବ ।

ଫାଷ୍ଟ ଫୁଡ୍ ଖାଇ ମେଦ ବୃଦ୍ଧି କରୁ ଟିଭି ମୋବାଇଲ ସାଥୀ

କସରତ ନାହିଁ ଆଳସ୍ୟକୁ ଆମେ କରୁଛୁ ରୋଗର ପଥି ।

ଅବ୍ୟବସ୍ଥିତ ଜୀବନ ଶୈଳୀ ବସ୍ତୁବାଦର କ୍ରୀତଦାସ

ରୋଗ ବଇରାଗ ନିମନ୍ତ୍ରଣ କରି ପଡିବା ଦଲାଲ ଫାସ ।

ପ୍ରାର୍ଥନା ସଂସ୍କୃତି ସଂସ୍କାର ଭୁଲି ଉତ୍ତେଜନା ମନେ ଭର

ନିରୋଗ ରହିବା ଆଶା କଲେ ତାହା ଧରମକୁ ଆଖି ଠାର ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in

Similar oriya poem from Inspirational