ଆଗମନି
ଆଗମନି
ଆଗମନି
*******
ଆଗମନି ତିଥି ଜନ୍ମାଷ୍ଟମୀ ଆଜି
ଯାଇନ ତୁମେଏ ଧରା ରୁ
ଦାରୁବ୍ରହ୍ମ ହୋଇ ପୂଜା ପାଉଅଛ
ଦେଖୁଛି ମୁଁ ସିଂହ ଦୁଆରୁ ।।
ଦ୍ଵାପର ର ଅନ୍ତେ ଆସିଛ ସାଆନ୍ତେ
ନୀଳାଚଳେ ତୁମ ଖବର
ପ୍ରେମର ବିଗ୍ରହ ଜନ୍ମାଏ ଆଗ୍ରହ
ଅନିର୍ବଚନୀୟ ଭାବ ର ।।
ତୁମେ ନନ୍ଦବଳା ପୂର୍ଣ୍ଣ ଷୋ'ଳ କଳା
ଲୀଳାମୟ ପ୍ରିୟ ଠାକୁର
କଳା କାହ୍ନୁ ଥିଲ ଜଗନ୍ନାଥ ହେଲ
ଭେଦ ଖାଲି ଏ ତ ମନର ।।