Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Inspirational

2.8  

Dr. Diptiranjan Behera

Inspirational

ଜୀବନ ଦାନ

ଜୀବନ ଦାନ

1 min
7.0K


ଆସ ଆସ ସର୍ବେ ଆଜି ଆସ ହେ ବାହାରି

ଦୀପ କାଳେ ଲିଭିଯିବ ହୋଇଯିବ ଡେରି ||


ଜୀବନ ମାଗୁଛି ଭିକ କେଇବୁନ୍ଦା ଜୀଇବାର ଯୁ

ପୀଡିତ ବ୍ୟଥିତ ପ୍ରାଣେ କିଛି ନୂଆ ସପନର ଢେଉ ଖେଳିଯାଉ ||


ସଜ ଫୁଟା ଫୁଲ ପରି ପବନରେ ବାସ୍ନା ବୁଣି ଦେଇ

ଦାନର ମହିମା ଗାଉ ଦାନ ପାଇଁ ମଣିଷକୁ ସଧ୍ୟରେ ଚେତାଇ ||


ଦେଶ ପାଇଁ ଜାତି ପାଇଁ ସୈନିକ ଯେ ରକ୍ତ ଦିଏ ଢାଳି

ଶ୍ରମିକ କୃଷକ ପୁଣି କେତେ ଫୁଲ କେତେ ପୁଣି କଳି ||


ଅସମର୍ଥ ଅସହାୟ କେତେ କେତେ ପୁଣି ଦୀନଦୁଃଖୀ

କେତେ ମା’ କେତେ ପୁଅ କେତେ କେତେ ଲୁହ ଭିଜା ଆଖି ||


ଦାନରେ ରହିବ ପ୍ରାଣ ରକତରେ ଥିବ ତୁମ ନାଆ

ସତରେ ରକତ ଦାନ କି ପବିତ୍ର କି ମହାନ ଆହା ||


ଏ ରକ୍ତ ଗାଇବ ବେଦ ମାନବ ଓ ମାନବିକତାର

ରକତ ଦାନରେ ସଦା ଶୁଭୁଥିବ ସୃଷ୍ଟିର ଓଁକାର ||


Rate this content
Log in

Similar oriya poem from Inspirational