ହାଲୁକା-ହାଲୁକା
ହାଲୁକା-ହାଲୁକା
କିଏ ?
ମନା କଲା କାନ୍ଦିବାକୁ ତତେ
କାନ୍ଦିଲେ କରିପାରୁ ଯଦି
ହାଲୁକା ମନ
ସେ ନୁହେଁ ତୋ ଦୁର୍ବଳତା ,
ମନ ଖୋଲି କାନ୍ଦ ତୁ ଯେତେବେଳେ
ହେଉଛି ଇଛା ତୋର,
ତା ପରେ ନ ଭୁଲି କିନ୍ତୁ
ଟିକେ ହସିଦେବୁ,
ଶତ ପୃଷ୍ଠା କଳେବରେ ବର୍ଣ୍ଣିତ
ଜୀବନ ଉପନ୍ୟାସ,
ହସର ପୃଷ୍ଠା ଅଳ୍ପ,
ଲୁହର ଅଧିକ,
କିଛି ପୂର୍ଣ୍ଣାଙ୍ଗ,
କିଛି ଅଧା ଲେଖା ଗପ,
କିଏ ?
ମନା କଲା ତତେ କାନ୍ଦିବାକୁ ,
ତା ପରେ କିନ୍ତୁ ? ? ?
ସବୁ କିଛି
ହାଲୁକାହାଲୁକା -------------!
(c)(R)କାଶ୍ୟପ,ରାୟଗଡ�