Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh Chandra Behera

Inspirational

4.7  

Ramesh Chandra Behera

Inspirational

ବହୁରୂପି

ବହୁରୂପି

1 min
550


         


ବିଚାରି ସୁଚାରି    ଭାବ କରିଯିବା 

    ନ ହେଲେ ଭାରି ପଡିବ

ପ୍ରାରମ୍ଭରୁ ଆମେ   ସତର୍କ ରହିଲେ

    ଆମ ପାଇଁ ଭଲ ହେବ  ।

ଆଜି କାଲି କେତେ  ବହୁରୂପି ଲୋକ

     ସମାଜରେ ବୁଲୁଛନ୍ତି 

ସ୍ମିତ ହସି ଦେଇ   ମିଠା କଥା କହି  

      ସ୍ୱାର୍ଥ ହାସଲ କରନ୍ତି  ।

ତାରା ଦେଖିଅଛ   ଜହ୍ନ ଦେଖାଇବି

     ଏମିତି କେତେ କହିବେ

ପାଇବା ଲୋଭରେ  ଆମକୁ ଫସାଇ

     ସବୁ କାମ କରିନେବେ  ।

ମାନ ଓ ସମ୍ମାନ    କିଛି ନୁହଁ ସେତ

     ଅର୍ଥ ଯେ ବଡ଼ ତାଙ୍କର

ନିଜ କାମ ସାରି   ଚାଲି ଯିବେ ଛାଡି

    ହେବା ନାହିଁ ଯେ କାହାର  ।

ବହୁତ କହିବେ    ପାଇଲେ ଚାଲିବେ

     ହେବେନି ସେତ କାହାରି

ସମୟ ଆସିଲେ   ସବୁ ଭୁଲି ଯିବେ

     ଛାତିରେ ମାରିବେ ଛୁରୀ  ।

ସୁବିଚାର କରି    ନିଜକୁ ପଚାରି

      ଭାବ କରିବା ଜରୁରୀ

ଭାବ ତ କରିବା  ସେହି ଲୋକକୁ ଯେ

      କ୍ଷତି ନ ହେବ ଆମରି   ।

ଏ ଘର ମାଉସୀ    ସେ ଘର ପିଉସୀ

    ଏପରି କେତେ ହୋଇବେ

ସମାଜ ଭିତରେ    ଭାଇ ଭାଇ ମଧ୍ୟେ

      ବିଶୃଙ୍ଖଳା କରିଦେବେ  ।

ମୁଖରେ ତାଙ୍କର    ମଧୁ ଭାରି ଥାଏ 

       ମନରେ ରଖନ୍ତି ବିଷ

ରାଜନୀତି କରି    ସୁନା ସଂସାରକୁ

       କରିଦେବେ ସର୍ବନାଶ  ।

ଚତୁର ଲୋକକୁ   ପାଖେ ନେଇ ଯାଇ

      କହିବେ କିଛି କାନରେ

ସେହି ଲୋକ ପୁଣି   ଚୁପ ହୋଇଯିବେ

     ଚାଲିବେ ତାଙ୍କ କଥାରେ  ।

ସତର୍କ ରହିବା     ନିଜକୁ ବୁଝିବା

     ଆଗକୁ ଆମେ ଚାଲିବା

ଯିଏ ଯାହା କହୁ   ଯିଏ ଯାହା କରୁ

       ସମ୍ପର୍କକୁ ନା ଭୁଲିବା  ।



Rate this content
Log in

Similar oriya poem from Inspirational