Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Dash

Others

2  

Puspita Dash

Others

ଗଣଙ୍କର ନାଥ ଆହେ ଗଣନାଥ

ଗଣଙ୍କର ନାଥ ଆହେ ଗଣନାଥ

1 min
6.8K


ଗଣଙ୍କର ନାଥ ଆହେ ଗଣନାଥ

ପବିତ୍ର ଲଗନେ ଆଜି,

ଆଗମନେ ତୁମ ହର୍ଷିତା ଭୂମି

ନବ ଉତ୍ସାହରେ ମଜ୍ଜି ;

ଏକଦନ୍ତ ତୁମେ ଆହେ ଲମ୍ବୋଦର

ବିଘ୍ନନାଶକ ପ୍ରଭୁ,

ଛାତ୍ରଟିଏ କରେ ପୂଜା ଅର୍ଚ୍ଚନା

ତୁମରି କରୁଣା ଲଭୁ;

ମୂଷିକ ବାହନ ଗୌରୀ ତନୟ

ବୁଦ୍ଧି ସିଦ୍ଧି ମୁକ୍ତିଦାତା,

ତୁମ କରୁଣାରେ ମୂଢଟି ପଣ୍ଡିତ

ତୁମେ ଯେ ବିପନ୍ନ ତ୍ରାତା;

ତୁମେ ଯେ ସର୍ବଜ୍ଞ ପୂର୍ଣ୍ଣ ଜ୍ଞାନୀ ଅଟ

ମନୋବାଞ୍ଛା ପୂର୍ଣ୍ଣ କର,

ତୁମ ମହାନତା ଜାଣି ମୁଁ ଶରଣେ

ଆସିଛି ପ୍ରଭୁ ତୁମର;

ସ୍ତୁତି କରେ ଆଜି ବାଳଠାରୁ ବୃଦ୍ଧ

ସନ୍ତୋଷ ହୃଦୟ ହୁଅ,

ମଙ୍ଗଳ ଦାୟକ ଚିରକାଳ ପାଇଁ

ଆମ ସଙ୍ଗେ ରହିଥାଅ ।।


Rate this content
Log in