Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କାର୍ତ୍ତିକ ମାସ ଶେଷ

କାର୍ତ୍ତିକ ମାସ ଶେଷ

1 min
6.6K


ଶ୍ରୀ ବିନାୟକ ମିଶ୍ର

କାର୍ତ୍ତିକ ମାସ ଶେଷରେ ଆଜି,

କାତ ମାରି ମାରି ଯା,

ରେ ମାଝି, କାତ ମାରି ମାରି ଯା

ଅଝାଲ ଉଡ଼ାଇ ଯା ଆ ଆ… ରେ ।

ଧରମ ମାସ ଶେଷଲୋ ଆଜି,

ମାଛ ମାରି ମାରି ଯା,

ରେ ମାଝି, ମାଛ ମାରି ମାରି ଯା

ଚୁଙ୍ଗୁଡ଼ି ଦରାଣ୍ଡି ଯା ଆ ଆ… ରେ ।


ସୁଆଦ କରିବା ଏଥର ପାଟି,

ବେସର ବାଟି ବାଟି ଯା,

ଲୋ ଘରଣୀ ମାଛ କାଟି କାଟି ଯା,

ପିଲାଙ୍କୁ ଖୁଆଇ ଯା ଆ ଆ… ରେ ।


ପାପର ପସରା ଖୋଲିଲା ଆଜି,

ପସରା ଭରି ଭରି ଯା,

ଲୋ ଘରଣୀ, ପାପ କରି କରି ଯା

ଲୋ ଘରଣୀ, ପାପ କରି କରି ଯା ଆ ଆ… ରେ ।


କାର୍ତ୍ତିକ ପୂର୍ଣ୍ଣୀମା ଶେଷଲୋ ଆଜି

ଧରମ ଅଣ୍ଡାଳି ଯା

ମାଛ ମାରି ମାରି ଯା ରେ ମାଝି,

ଧରମ ଅଣ୍ଡାଳି ଯା ଆ ଆ… ରେ ।


Rate this content
Log in

Similar oriya poem from Classics