Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ସ୍ୱାର୍ଥ ଛାଡ଼ି ଜନପ୍ରିୟ ନେତା ହେବି

ସ୍ୱାର୍ଥ ଛାଡ଼ି ଜନପ୍ରିୟ ନେତା ହେବି

1 min
1.2K


ସ୍ୱାର୍ଥ ଛାଡ଼ି ଜନପ୍ରିୟ ନେତା ହେବି

 

ପର୍ଶୁରାମ ବିଶ୍ୱାଳ

 

ବାନ୍ଧିଥିଲି ଆଶା ଦେଖିବି ବୋଲିରେ ତୋ ନବକଳେବର

ମଉଳିଗଲା ମୁଁ ମଉନେ ବସିଛି ଏଇ ରୁଦ୍ଧ କାରାଗାର

ଏଇ ଫଳ ଗୋଟି ମାରି ମୁଁ ପାଇଛି

ଧରମକୁ ଆଖିଠାର ।

 

ଜନସେବା ପାଇଁ ମନ ବଳେଇଲି, ହେଲି ଲୋକ ପ୍ରତିନିଧି

ଲୋଭ ମାତ୍ରା ମୋର ବଢ଼ିଗଲା ଜଗା, ଠକେଇରେ ହେଲି ଛନ୍ଦି

କିଏସେ ବୁଝିବ, କା’ ଆଗେ କହିବି

ମରମ କଥାଟି ମୋର ?

 

ମାନସିକ କରିଥିଲା ମୋ ଘରଣୀ, ଦବ ତୋ ମନ୍ଦିର ନେତ

ତୋର ନୂଆ ରୂପ ଦେଖି ମୁଁ ଥାଆନ୍ତି ସତରେ କଳାସାଆନ୍ତ

ଆଜି ସେଇ ଯୋଗ ହେଲାନାହିଁ ଭୋଗ

ଉଚ୍ଛନ୍ନ ହେଲା ସଂସାର ।

 

ଧନ ପାଇଁ ଆଜି ମୋ ମନ ଚହଲିଗଲା ଆରେ ନନ୍ଦସୁତ

ଜୀବନର ଶାନ୍ତି ହଜିଗଲା ମୋର, ମୁଣ୍ଡେ ଖାଲି ଟଙ୍କାଭୂତ

ମୋ ମାନମହତ ଦାଣ୍ଡେ ଗଡୁଅଛି

ଶୁଣେ ମୁଁ ଛିଇ ଛାକର ।

 

ଡାକୁଛି ତତେରେ ନୀଳାଦ୍ରିବିହାରୀ ଏ ଅନ୍ଧାର କୋଠରିରେ

ଦେଏ ଶକ୍ତି, ଦେଏ ଭକତି ମୋ ପ୍ରାଣେ, ସେ ଭୁଲ୍ ହବନି ଥରେ

ସ୍ୱାର୍ଥ ଛାଡ଼ି ଜନପ୍ରିୟ ନେତା ହେବି

ଲୟ ଥବ ଶ୍ରୀପୟର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in