Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ସମ୍ବିଧାନର ଜନକ

ସମ୍ବିଧାନର ଜନକ

1 min
152


ମହାବିଷୁବ ସଂକ୍ରାନ୍ତି ମହାନ କ୍ରାନ୍ତି ଦିବସ ଭାରତେ

ଅଠରଶ ଏକାନବେ ଏହିଦିନ ଓହ୍ଲାଇ ଥିଲ ମରତେ ।

ଦଳିତର ଘରେ ଜନମ ତୁମର ଲାଂଛନା ତାଡନା ଯୋଗ

ଅତିକ୍ରମ କରି ଓକିଲ ହୋଇଲ ଦଳିତ ମୋହର ଭୋଗ ।

ଶଗଡିଆ ଟିଏ ଜାତି ଜାଣି ବାଟେ ଓହ୍ଲାଇ ଦେଲା ଗାଡିରୁ

ଚା ଦୋକାନୀଟି ଚା ଢାଳିଦିଏ ଦୁଇ ତିନି ହାତ ଉପରୁ ।

ଜନନେତା ହେଲ ସେନାନୀ ସାଜିଲ ସ୍ୱାଧୀନତା ଆନ୍ଦୋଳନେ

ସ୍ୱାଧୀନ ଭାରତ ପ୍ରଥମ ପାଳିର ଆଇନ ମନ୍ତ୍ରୀ ଶୋଭନେ ।

ସମ୍ବିଧାନ ସଭା ଗଢା ହେଲା ତା'ର କଲ ତୁମେ ପ୍ରଣୟନ

ବିଶ୍ୱର ବୃହତ ଗଣତନ୍ତ୍ର ପାଇଁ ବୃହତ୍ତମ ସମ୍ବିଧାନ ।

ତଥାପି ଦଳିତ ମୋହର ନଗଲା ହିନ୍ଦୁତ୍ୱ ହେଲା ଭଗାରୀ

ବଉଧ ଧରମ ଦୀକ୍ଷିତ ହେଲ ସ୍ୱାଭିମାନ ରକ୍ଷା କରି ।

ଛପନ ସାଲର ଛ ଡିସେମ୍ବର କାଳ ଛକି ଝାମ୍ପି ନେଲା

ରାଜନୀତି ଆକାଶରେ ଉଜ୍ଜଳ ଜ୍ୟୋତିଟିଏ ଲିଭିଗଲା ।

ବର୍ଣ୍ଣ ବୈଷମ୍ୟ ହଟିଛି ଦେଶରୁ ତଥାପି ଲିଭିନି ଦାଗ

ଅସବର୍ଣ୍ଣ ଟିଏ ଗରବା ଦେଖିଲେ ଦଣ୍ଡ ପାଉଛି ଅଭାଗ ।

ଘୋଡାରେ ବସି କେ ବାହାଘର ପାଇଁ ସଜବାଜ ହେଉ ନାହିଁ

ଡର ମାଡିବସେ ହତ୍ୟା କରିବେ ସମାଜର ବଡ ସାଇଁ ।

ଦଳିତ ସମାଜ ହକ ପାଇଛି ତୁମେ ତାହାର ବିନ୍ଧାଣି

ଭୀମରାଜ ରାମଜୀ ଆମ୍ବେଦକର ବାବା ସାହେବ ଟି ପୁଣି ।

ଫେରି ଆସ ଥରେ ବୈକୁଣ୍ଠ ତେଜି ପ୍ରଣେତା ସମ୍ବିଧାନର

ଆଚମ୍ବିତ ହେବ କି ଖେଳ ଚାଲିଛି ତୁମ ମହାନ ସୃଷ୍ଟିର !!

-ବିଶ୍ୱେଶ୍ଵର ମାଝୀ-


Rate this content
Log in