Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others Romance

2  

Bikesh Sahu

Others Romance

ହଁ ,ମୁଁ ଆଜି ବ୍ୟସ୍ତ

ହଁ ,ମୁଁ ଆଜି ବ୍ୟସ୍ତ

1 min
6.9K


ହଁ, ମୁଁ ଆଜି ବ୍ୟସ୍ତ

ସେଇ ଅତୀତର ସ୍ମୃତି ସବୁକୁ ସାଉଁଟିବାରେ

ହୃଦୟର ଗ୍ରନ୍ଥାଗାର ଭିତରେ

ଗୋଟି ଗୋଟି କରି

ସଜେଇ ରଖିବାରେ

ସେଇ ଅଭୁଲା ଦିନ ଗୁଡିକୁ

ଲିପିବଦ୍ଧ କରିବାରେ

ହଁ ,ମୁଁ ଆଜି ବ୍ୟସ୍ତ

ତୁମରି ପ୍ରୀତିକୁ ମର୍ମେ ମର୍ମେ ଅନୁଭବ କରିବାରେ..।

ପ୍ରେମର ଚଲା ପଥରେ ପଥିକ ସାଜି

ବ୍ୟସ୍ତ ଆଜି ପଥ ଅନ୍ଵେଷଣରେ

ନୂତନ ଦିଗ ଉନ୍ମେଷ କରିବାରେ

ମୋ ପ୍ରତି ଥିବା ତୁମ ସେଇ ନିସ୍ୱାର୍ଥ ପ୍ରେମକୁ

ଅନୁଭବ କରିବାରେ

ଲିଭି ଯାଇଥିବା ଦୀପର ପୁନଃପ୍ରଜ୍ଜ୍ୱଳନରେ

ହଁ, ମୁଁ ଆଜି ବ୍ୟସ୍ତ

ତୁମରି ପ୍ରେମରେ ପାଗଳ ହେଇ ତୁମ ଅନ୍ଵେଷଣରେ…।

ତୁମ ପ୍ରେମର ସ୍ମୃତି ସବୁକୁ ଲେଖି ଯାଉଛି

କବିତାର ରୂପରେ

ସାଜି ସାରିଛି କବିଟିଏ

ବ୍ୟସ୍ତ ଆଜି ସେଇ ଅଭୁଲା ଦିନ ସବୁକୁ

କବିତାର ରୂପ ଦେବାରେ

ହଁ, ମୁଁ ଆଜି ବ୍ୟସ୍ତ

ତୁମ ହୃଦୟରେ ମୋ ପ୍ରେମର ପୁନଃ ଜାଗରଣରେ…… ।

@ବିକେଶ ସାହୁ


Rate this content
Log in