Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ବହିଠାରୁ ବଡ ସାଥୀ ନାହିଁ

ବହିଠାରୁ ବଡ ସାଥୀ ନାହିଁ

2 mins
167


ବେଦ ଶୁଣି ଶୁଣି ଆଗେ ବଢୁଥିଲା ନାମ ଥିଲା ତେଣୁ ଶୃତି

ସ୍ମରଣେ କେବଳ ଜୀବିତ ଥିବାରୁ ନାମ ବହିଲା ସେ ସ୍ମୃତି ।

ସଂସ୍କୃତରୁ ପାଲି ପ୍ରାକୃତ ଆହୁରି ହେଲା ଆଧୁନିକ ଭାଷା

ଅପଭ୍ରଂଶ ରୋକିବାକୁ ଉଦ୍ଭାବନ ଲିପି ହୋଇଲା ଭରସା ।

ତାଳପତ୍ର ପୋଥି ସଂପାଦି ଅଠର ପୁରାଣ ଭଗବତ୍ କଥା

ସହଜ ସୁଗମ ସୁଖପାଠ୍ୟ କଲା ତାକୁ ପୁସ୍ତକ ର ଗାଥା ।

ବହିଟିଏ ନୁହେଁ ଶହେ ସାଥୀର ସେ ସମ ସରି ଉପାଦାନ

ବହି କରେନାହିଁ ଭ୍ରମାୟିତ କେବେ ବହିଟି ଘରର ମାନ ।

ମା କହେ ବାବୁ ପଢିଲେ ଜାଣିବୁ ବାପା ଯୋଗାଅନ୍ତି ବହି

ଛାପାଖାନା ଲଭି ମନ୍ଦିରର ମାନ ନିର୍ଭେଜାଲ ତଥ୍ୟ ଦେଇ ।

ପାଠ୍ୟ ପୁସ୍ତକ ଠୁ ମନୋରଞ୍ଜନ ଗଳ୍ପ ଉପନ୍ୟାସ କାବ୍ୟ

ପୁସ୍ତକରେ ଥାଏ କଳାଠୁ ବିଜ୍ଞାନ ବିଜ୍ଞ ପ୍ରାଜ୍ଞ ବାଣୀ ଭବ୍ଯ ।

ଗୋଟିଏ ଭାଷାର ଅମୂଲ୍ୟ ପୁସ୍ତକ ଭାଷାନ୍ତର ହୋଇବାରୁ

ସାରା ବିଶ୍ବରେ ପରିଚିତ ହୁଏ ଅନୁବାଦକ ଟି ଗୁରୁ ।

କାଳିଦାସ ମାଘ ଭାରବୀ କାଫକା କାର୍ମୁ ସେକ୍ଶପିୟର

ମାକ୍ସିମ୍ ଗର୍କି ରବୀନ୍ଦ୍ର ଉପେନ୍ଦ୍ର ଗୋପୀନାଥଙ୍କ ମନ୍ଦିର ।

ପାଣିନିଙ୍କ ବ୍ୟାକରଣ କରିଅଛି ସଂଜତ ଶୁଦ୍ଧ ସଂସ୍କୃତେ

ପ୍ରତିଟି ଲେଖକ ବ୍ୟାକରଣ ଠାରୁ ଆଡ ହୁଏ ନାହିଁ ପ୍ରତେ ।

ପୁସ୍ତକ ଛାପିବା ଯେତିକି ମହତ ବ୍ୟୟ ସାପେକ୍ଷ ସେତିକି

ଜଂଗଲ ନାଶିଲା ପ୍ରଦୂଷଣ କଲା ବଢିଲା ମୁଣ୍ଡ ବଥା କି !

କମ୍ପ୍ୟୁଟର ଠାରୁ ମୋବାଇଲ୍ ଯାଏ ନେଲା ପୁସ୍ତକର ସ୍ଥାନ

ଉଇକିପେଡିଆ ଗୁଗୁଲ ଦେଉଛି ସୂଚି ଠୁ ରକେଟ ଜ୍ଞାନ ।

ଗୋଟିଏ ଯନ୍ତ୍ରରେ ସକଳ ଭାଷାର ସମାହାର ବିଶ୍ୱାୟନ

ଗୁଗୁଲ କରୁଛି ଭାଷାନ୍ତର ଅନୁବାଦକର ନାହିଁ ସ୍ଥାନ ।

ବହିଟିଏ ଆଜି ପରିଚୟ ତା'ର ହଜାଇବା ସନ୍ଧି କ୍ଷଣେ

ତଥାପି ବହିର ଆଦର କମିନି ଲୋଡୁଛନ୍ତି ବିଜ୍ଞ ଜନେ ।

ଅଧିକ ପଢିବ ଅଳପ ଲେଖିବ ଭଲ ଲେଖକର ମାନ

ବହିଟିଏ ତେଣୁ ଲେଖକର ସାଥୀ ପାଠକର ଗୁରୁ ଜ୍ଞାନ ।

ସମାଜ ଯାଉଛି 'ଗୋ ଗ୍ରୀନ୍' ଆଡେ ଛାପିବା ହେଲାଣି ପାପ

ସାଇତିବା କିଣି ବହିଟିଏ ଆଗୁଁ ପୁସ୍ତକ ଟି ମହାତପ ।

ବିଶ୍ୱେଶ୍ଵର ମାଝୀ


Rate this content
Log in