ଭାବଗ୍ରାହୀ
ଭାବଗ୍ରାହୀ
ପତର ସହିବା ଯା ପାଇଁ କଠିନ
ତା ମୁଣ୍ଡରେ ଦେଲେ ପଥର ଥୋଇ
ସତରେ କି ସିଏ ଜୀବନ ପାଇବ
ନିଜେ କୁହ ତୁମେ ହେ ଭାବଗ୍ରାହୀ ?
ଦୁଷ୍ଟଙ୍କୁ ଛେଦନ ପ୍ରଭୂ ତୁମ କାମ
ସୁଦର୍ଶନ ଯାଏ ସେ କାମ କରି
ତୁମ କୃପାଜଳେ ବୁଡାଇ ବୁଡାଇ
ମୋ ଦୁଷ୍ଟ କର୍ମକୁ ଦେବ କି ମାରି ???
ଚିତ୍ତରଞ୍ଜନ ଲେଙ୍କା,
କଟକ