Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନାବନା କବିତା - ୩୯
ଅନାବନା କବିତା - ୩୯
★★★★★

© Anil Kumar Parhi

Inspirational Others

1 Minutes   6.5K    7


Content Ranking

ଆସନା

ଦିପଦ କଥାହେବା

ବୈଠକ ଘରେ ବିଞ୍ଚଣା ଧରି ବସିବା

ସଉପରୁ ପିମ୍ପୁଡି କି

ଛାରପୋକ କାଢି ପିଙ୍ଗିବା।

ଆସନା,

ପାଚିଲା ବେଲରୁ ଖସିଆସି

ତେନ୍ତୁଳି ଗଛକୁ ବିରକ୍ତ କରୁଥିବା

ଝାଞ୍ଜିକୁ,

ଘିମିରି ଭର୍ତ୍ତି ପିଠିରେ ଥାପିବା।

ଘର ଆଡେ ଆସନା

ହଜିଯାଇଥିବା ଲୋକଙ୍କୁ

ଗୋଟେଇ ଆଣିବା ଧୂଳିଭର୍ତ୍ତି

ଗୋହିରୀ ଦେହରୁ,

ଭୁଲିଯାଇଥିବା ଦିନଙ୍କୁ

ଗୋଟେଇବା ଦକ୍ଷିଣା ବାଆରୁ।

ପ୍ରାୟ ବିସ୍ମୃତି ପାଖରୁ

ଆମେ କଣ ପାଖରେ ବସିଛେ

ଗପିଛେ,

ଆମେ ଖାଲି କବିତା ଲେଖୁଛେ।

ଗୋଟେ ଦିନ

ମୁକ୍ତ ହେବା କବିତାର ଜଞ୍ଜାଳରୁ

ମୋବାଇଲ୍, ଫେସବୁକ, ହ୍ବାଟ୍ସଅପ୍ ରୁ।

ଗୋଟେ ଦିନ ଆମେ ଆମର ହେବା

କେବଳ ଆମର,

ଆମ ଅଭିମାନ

ଅନ୍ତ ହୀନ ଅହଂକାର

ଏମିତି କି ଅସ୍ମିତାକୁ ଭୁଲି

ପାଶୋରି ଦେଇଥିବା

ଜୀବନକୁ କରିବା ନିଜର

ଆସନା ଦେଖିବା କେମିତି ଗଢୁଛନ୍ତି ଆମେ ଛାଡିଥିବା ଧୂଳିଘର

ଆମ ପୁତ୍ର, ପୌତ୍ର।

ଆସନା

ପ୍ଳେଟରେ ଚା’ ଢାଳି

ପିଇବା ସୁଡୁସୁଡୁ କରି।

ମରାଳମାନେ ଧୀରେ ଧୀରେ

ନାଲି ମୁହାଁ ସୂର୍ଯ୍ୟ ଉପରେ

ପଶ୍ଚିମ ଦିଗରେ।

ସଞ୍ଜ ହୋଇଆସୁଛି

ପାଦ ଚଲା ହିଡ ରାସ୍ତା

ଧୁନ୍ଦୁଲା ଜହ୍ନ ଆଉ

ବୋଝ ହୋଇଯାଉଥିବା ମନ

ଆସ

ଅଢେଇ କିଆରୀଆ ତମ୍ପ ପରି

ଗୋଡେଇ ନେବା ଅତୀତକୁ

କିଛି ବାଟ।

ଆସ ବସିବା ପୁଣି ଥରେ ମିତ!

ସେପଟ

ଗାଁ ମଶାଣିରେଗଡୁଥିବା ମାଲଆଟିକା

ଏବେ ଖୁବ୍ ଏକା,

ସ୍ମୃତିର ଚେନାଏ ଚିହ୍ନ ପଡିଛି

ସେଠି ଲୁଚିଥିବା କୋହକୁ

ହାତ ବଢାଇବା।

ଆସନା,

ଆମ୍ବ ବଉଳ ତଳେ

ଠିଆହୋଇ ମହୁ ହେବା

ଆସନା ହରିହାଟ ପଙ୍ଗତରେ

ଆଣ୍ଠୁଟେକି ମଣୋହି କରିବା।

ଅବିର ରଙ୍ଗରେ

ଏକଦା ଭିଜିଥିବା ଦାଣ୍ଡ

କେତେ କେତେ ଅଳତା ପିନ୍ଧା

ଲାଜକୁଳୀ ଚାଲିଙ୍କୁ

ଧରି ପାଲଟିଛି

ଭଙ୍ଗା ସିଲଟ,

କେତେ କିଏ ହଜିଗଲେ

କେତେ ରହିଗଲେ

ହିସାବ କରିବା

କେତେ ହେଲେ ହନ୍ତସନ୍ତ।

ଆସନା ପୋଖରୀ ହୁଡାରୁ

ଡାହୁକକୁ ପଥର ଫିଙ୍ଗିବା

ଆସନା

ଉତ୍ତର ନଦେଇ ଖାଲି

ପ୍ରଶ୍ନ ପଚାରିବା,

ଆସନା

ଅସୁମାରୀ ସ୍ଵପ୍ନରେ

ବାରଣ୍ଡାରେ ସଉପ ପାରି

ରାତି କାଟି ଦେବା,

ଡାହାଣୀର ଆଲୁଅ ଦେଖିବା!

ଥରେ

ନିଜେ ସରିବା ଆଗରୁ

ଆମକୁ ସାରିଦେଉଥିବା

ଚାକଚକ୍ୟ ଓ ଅଭିମାନର

କାନ ମୋଡିଦେବା ଆସନା

ଆସନା l

ଅନୀଲ କୁମାର ପାଢୀ

ଦିପଦ ଆସନା କବିତା

Rate the content


Originality
Flow
Language
Cover design

Comments

Post


Some text some message..