Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

0.8  

Sadananda Sahoo

Inspirational

ମାନସିକ ଚାପ

ମାନସିକ ଚାପ

2 mins
6.7K


ଦ୍ରୁତ ପ୍ରଗତିର ଆଧୁନିକ ଯୁଗ

ତଥାପି କାହିଁକି ଦୁଃଖ ,

ମାନସିକ ଶାନ୍ତି ଦୁରେଇ ଯାଉଛି

ପ୍ରତୀତ ହଉନି ସୁଖ ।

ଅବସାଦ ଦୁଃଖ କରୁଛି ବିମୁଖ

ସଭ୍ୟତାର ସଦ୍ୟ ଚିତ୍ର ,

ସୁନିଦ୍ରା ନାହିଁ ରାତ୍ରୀ ଯାଏ ପାହି

ରୋଗ ଶୋକ ସାଜେ ମିତ୍ର ।

କି-ଅବା କାରଣ ବିଷୟ କରଣ

କାହିଁକି ପାରିବ ବନ୍ଧୁ , ?

କର୍ମ ଜଞ୍ଜାଳରେ ସାରା ଦିନ ସରେ

ଝରି ପଡ଼େ ଲୁହ ବିନ୍ଦୁ ।

ଚିତ୍ତ ବିନୋଦନ ନାହିଁ ତ ସମୟ

ଅହୋରାତ୍ରେ ଧନ ଚିନ୍ତା ,

କାହୁଁ ବା ମିଳିବ ମାନସିକ ଶାନ୍ତି

ପ୍ରେମର କୁହୁକ ବାର୍ତ୍ତା ।

ସମାଜିକ ବ୍ୟାଧି ସାଜି ସାରିଲାଣି

ମାନସିକ ଚାପ ରୋଗ ,

ମସ୍ତିଷ୍କ ବିକୃତ କରି ଦିଏ ସତ୍ୟ

ସ୍ଵପ୍ନ ହୁଏ ସୁଖ ଭୋଗ ।

ଉଚ୍ଚ ରକ୍ତ ଚାପ ଜୀବନ ଘାତକ

ସୁନା ସଂସାରର ଶତ୍ରୁ ,

ରୋଗ ସୃଷ୍ଟି କରେ ଇଏ ସଶରୀରେ

ମନେ ଆଣେ କେତେ କିନ୍ତୁ ।

ଚିତ୍ତବିନୋଦନ କର ବନ୍ଧୁଗଣ

ଦୁଃଖ ଯାଅ ସବୁ ଭୁଲି ,

କ୍ଷଣ ସ୍ଥାୟୀ ଏଇ ଜୀବନଟା ଭାଇ

କିଏବା ଦେଖିଛି କାଲି ।

ଚାପ ଗ୍ରସ୍ତ ଜମା ହେବା ନାହିଁ ବାବା

କରହେ ପ୍ରତିଜ୍ଞା ସର୍ବେ ,

ଏଚାପ ଦିବସ ଫୁଟେଇବ ହସ

ଆମ୍ଭେ ପରା ଅନୁଭବେ ।

ପୃଷ୍ଟି କର ଖାଦ୍ୟ କରହେ ଭକ୍ଷଣ

ଶରୀର ରହିବ ସୁସ୍ଥ ,

ନିୟମିତ ଭାବେ ରୁହ ଯୋଗାଭ୍ୟାସେ

ରମଣୀୟ ହେବ ସ୍ଵାସ୍ଥ୍ୟ ।

ନିଦ୍ରା ଯାଅ ବେଶି ଉପଯୋଗୀ ରାତି

ସଂକଳ୍ପରେ ବିତୁ ଦିନ ,

ଦୃଢ ମନା ହୋଇ କାର୍ଯ୍ୟ କର ଚେତି

ଚାପ ଘର ହେବ ଶୂନ ।

ଏଚାପ ଦିବସ ଫୁଟାଇବ ହସ

କାର୍ତ୍ତିକ ର ବୁଧବାର ,

ମାନବସମାଜ କରନାହିଁ ଦୁଃଖ

ସର୍ବେ ଢାଳ ପ୍ରୀତି ନୀର ।

ନଭେମ୍ବର ମାସ ପ୍ରଥମ ସପ୍ତାହ

ବୁଧବାର ସ୍ମୃତି ପ୍ରୀତି ,

ଏହି ଦିନଟିକୁ ମନେ ରଖିବାକୁ

ଚାପରୁ ହୁଅହେ ମୁକ୍ତି ।

ସଦାନନ୍ଦ ସାହୁ , କାରା କର୍ମଚାରୀ

କେନ୍ଦ୍ରୀୟ କାରାଗାର , କଟକ ,

ଚୌଦ୍ଵାର


Rate this content
Log in

Similar oriya poem from Inspirational