Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Pradhan

Others

3  

Pramod Pradhan

Others

ସ୍ୱୀକାରୋକ୍ତି

ସ୍ୱୀକାରୋକ୍ତି

1 min
6.5K


ସ୍ୱୀକାରୋକ୍ତି

 

ପ୍ରମୋଦ ପ୍ରଧାନ

 

ଜୀବନ ବି କଟିଯାଏ ସମ୍ପର୍କର

ମରୁ ଚିହ୍ନ କୋଷରେ

ମରୀଚିକା ଶୋଷରେ

ଶୋଷି ଶୋଷି ମରମକୁ

ପେଷି ପେଷି ସୁହାଗର ସରମକୁ

ଆୟୁଷ ବି ସରିଆସେ

ମରିଯାଏ ମନ ଆଶାରେ ଆଶାରେ ।

 

ଅପାସୋରା ସବୁ ସେଇ

ମୁହୂର୍ତ୍ତ ମୁହୂର୍ତ୍ତ ବୃତାନ୍ତ

ବୃନ୍ତହୀନ ପୁଷ୍ପ ବୁଝେ କି ସମ୍ପର୍କର କଥା ?

ମରୁମାୟା ଚକ୍ରାନ୍ତରେ ସେ ତ ଆକ୍ରାନ୍ତ

ଆଉ ଭାବଭଙ୍ଗୀ ବିହୁନେ ତଳିତଳାନ୍ତ ।

 

ତୁଳାଭିଣା ଅନ୍ତର୍ଦାହରେ

ଜିଇଁଯିବା କାହାପାଇଁ, ଖାଲି ଗୋଟେ ଚୁକ୍ତି

ନିଃଶ୍ୱାସ ବି ଖୋଜେ ବିଶଲ୍ୟକରଣୀ

ବିଷର ପୁଷ୍କରିଣୀରେ...

ଜୀବନଟା ଗୋଟେ ସ୍ୱୀକାରୋକ୍ତି ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in