Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ଭଲପାଇ ବାହାହେଲି-କଲବଲ ହେଇ ମଲି

ଭଲପାଇ ବାହାହେଲି-କଲବଲ ହେଇ ମଲି

1 min
367


ଜଣେ ପୁରୁଷର ଦୁଃଖ ଏମିତି ହୁଏ

ବାପା ମାଆ ମୋତେ ପାଠ ପଢ଼ାଇଲେ

               ବହୁତ କଷ୍ଟ କରି

ଚାକିରୀ କରିଲେ ଦୁଃଖ ଚାଲିଯିବ

              ରହିଥିଲେ ଆଶା କରି,


ପାଠ ମୁଁ ପଢ଼ିଲି ଚାକିରୀ ବି କଲି

          ନିଜ ପସନ୍ଦରେ ବାହା ହେଲି

ବାପା ମାଆଙ୍କ ସ୍ୱପ୍ନ ଭାଙ୍ଗିଦେଇ

           ନିଜର ରାସ୍ତା କୁ ବାଛିନେଲି


ସୁନ୍ଦର ଝିଅ ଟେ ଦେଖି ବାହା ହେଲି

          ଭଲରେ ଚଳିବି ବୋଲି

ସବୁଆଶା ମୋର ଫସର ଫାଟିଲା

            ଖାଲି କଲବଲ ହେଲି


ବାପାଙ୍କୁ ଛାଡ଼ିଲି ମାଆଙ୍କୁ ଛାଡ଼ିଲି

            ଛାଡ଼ିଲି ବନ୍ଧୁ ବାନ୍ଧବ

ଏକା ହୋଇଗଲି ଏଇ ଦୁନିଆରେ

            ସମ୍ପର୍କେ ହେଲି ଗରିବ


ପରିବାର ବୋଝ ବୋହି ବୋହି ମୁହିଁ

           ହୋଇଗଲି ଭାରି ନୟାନ୍ତ

କିଏ ବୁଝିଲେନି ମୋ ମନ କଥା

           ହୋଇଗଲି ପୁରା ଏକାନ୍ତ


ପରିବାର ନେଇ ଦର୍ଶନ ପାଇଁ କି

            ଜଗନ୍ନାଥ ଧାମ ଗଲି

ଜଗନ୍ନାଥଙ୍କୁ ଦର୍ଶନ କରି

            ମନକଥା କହିଦେଲି


ସମୁଦ୍ର କୂଳକୁ ବୁଲିବା ପାଇଁ

            ପରିବାର ଧରିଗଲି

ଯିଏ ଯାହାର ମଜା କରିଲେ

            ଜିନିଷପତ୍ର ମୁଁ ଜଗିଲି


ଭେନିଟି ସବୁକୁ କାନ୍ଧରେ ପକାଇ

          ଚପଲକୁ ହାତେ ଧରିଲି

ଯିଏ ଯାହାର ମଜା କରିଲେ

             ଜଗି ଜଗି ମୁଁ ମରିଲି


ଜଗତର ନାଥ ଆହେ ଜଗନ୍ନାଥ

           ଏତିକି ମୋ ଅଳି ରଖିବ

ଏଇ ଦୁନିଆଁରେ ମୋହର ଭଳିଆ

             ଦୁଃଖ କାହାକୁ ନଦେଵ ।



Rate this content
Log in