ମାଆ ଓ ବାତ୍ସଲ୍ୟ
ମାଆ ଓ ବାତ୍ସଲ୍ୟ
"ମାଆ"
କୃଷ୍ଣମୟ କାରାଗାରେ
ଦେବକୀ ରାଣୀ,
କୃଷ୍ଣବର୍ଣ ନୟନରୁ
ଝରାଇ ପାଣି।
ସପ୍ତଗର୍ଭ ସନ୍ତାନଙ୍କୁ
ସ୍ମରଣ କରି,
ବାତ୍ସଲ୍ୟ ମୟ ହୃଦୟ
ହୁଏ ବିଦାରି।
ବରଦାନ ପାଲଟିଲା
ଅଭିଶାପରେ,
କଂସଭ୍ରାତା ଗୋଟି ଗୋଟି
ଜୀବନ ହରେ।
ସର୍ବଶ୍ରେଷ୍ଠ ମାତା ବୋଲି
ଗର୍ବ କରିଲି,
ରଖ ରଖ କୃଷ୍ଣ ବୋଲି
ହୃଦେ ସ୍ମରିଲି।
ତୁହି ମୋତେ କୃପା କଲୁ
ସାରଙ୍ଗପାଣି,
ମୋ ଗର୍ଭରେ ବିରାଜିଲୁ
ଦୁଃଖ ନ ଜାଣି।
କିମ୍ପା ବାପା ରହିଲୁ ତୁ
ମୋର ଗରଭ,
ଦର୍ପଣ ଶୀଳାରେ କଂସ
ପ୍ରାଣ ନାଶିବ।
ଯେତେଦିନ ଗର୍ଭେ ଥିବୁ
ସୂଖେ ରହିବୁ,
ବାହ୍ୟ ଜଗତରେ ତୁ କି
ବଞ୍ଚି ରହିବୁ?
ହେଉ ପଛେ ମୋତେ କଷ୍ଟ
ମୁଁ ପାରିବି ସହି,
ଯୁଗ ଯୁଗ ମୋ ଗର୍ଭରେ
ଥାଆ ତୁ ରହି।
ଗର୍ଭଭାରା ନୁହେଁ ବାପା
ତୋର ମରଣ,
କି ପ୍ରକାରେ ରହିବି ମୁଁ
ଧରି ଏ ପ୍ରାଣ।
ଅମା ଅନ୍ଧକାରେ ଅରୀ
ଅଛନ୍ତି ଚାହିଁ,
ଭୂମିଷ୍ଠ ହେଲେ ତୁ ବାପା
ଆସିବଜ ଧାଇଁ।
କଂସ ଶୁଣି କ୍ରୋଧ ଭରେ
ଧାଇଁ ଆସିବ,
ଦର୍ପଣ ଶୀଳାରେ ବେଗେ
କଚାଡି ଦେବ।
ବିଜୁଳି କନ୍ୟା ଯେମନ୍ତ
ଅଦୃଶ୍ୟ ହେଲା,
ଯାଆ ବାବା ମୋ ମାତୃତ୍ୱ
ନୁହେଁ ତ ଲୋଡ଼ା।
ନୀଳ ରଶ୍ମି ରେ ପ୍ରକୋଷ୍ଠ
ହେଲା ଉଜ୍ଜ୍ୱଳ,
ସ୍ୱୟଂ ପ୍ରଭୁ ବିରାଜିଲେ
ଭକ୍ତ ବତ୍ସଳ।
ମାତା ଶୋଚନା ନ କର
ବୋଲି କହଲେ,
କଂସ ନାଶ ଯିବ ଜାଣ
ମୋର ହସ୍ତରେ।
ଦେବକୀ ମାତା କହିଲେ
ଶୁଣ ମୋ ଗୀର,
ନ ରଖିବି ପାଶେ ବାବୁ
ଲାଗେ ଅସ୍ଥିର।
ଯିବୂ ତୁହି ଗୋପପୁରେ
ଛାଡି ମୋ କୋଳ,
ଦେବକୀର ଗର୍ଭୁ ଜାତ
ଯଶୋଦା ବାଳ।
ବାତ୍ସଲ୍ୟ କୁ ପାଶୋରିବି
ପାଶୋରି ତୋତେ,
ତୋ ଜୀବନ ବଡ଼ ପଛେ
ନ ରହ ପାଶେ।
କୃଷ୍ଣ ମୟ ହୃଦୟ ମୋ
କୃଷ୍ଣ ଚିନ୍ତନ,
କୃଷ୍ଣ ଜଳେ ଭିଜାଇବି
ବେନି ନୟନ।
ଦୂରେ ଥାଇ ଦୂରୁ ଶୁଣି
ତୋର କୁଶଳ,
ସଦାବେଳେ ପାଞ୍ଚୁଥିବି
ତୋର ମଙ୍ଗଳ।
ମୋ ମମତା ହେଜି ବାବୁ
ନ ହେବୁ ଦୁଃଖି,
ମାତା ଶୋକ ନ କରିବ
(ତୋତେ)ଦେଖିଣ ସୁଖି।
"ବାତ୍ସଲ୍ୟ"
କଂସର ଚିଟାଉ ଆସିଛି ଶୁଣି,
ମାତା ଯଶୋଦାଙ୍କୁ ହେଲା ଭାଳେଣି।
ପୁତ୍ର ମୋର ଯିବ ମଧୁଭୂବନ,
କାହା ମୂଖ ଚାହିଁ ବଞ୍ଚିବି ଦିନ।
ଅକୃର ଆସିଛି କାଳ ପ୍ରାୟେକ,
ଧରି ନେଇ ଯିବ ଗୋପନାୟକ।
ଶୂନ୍ୟ ଜୀବନକୁ ସମ୍ପୂର୍ଣ୍ଣ କରି,
ଆସିଥିଲୁ ବାପା ନନ୍ଦର ପୂରୀ।
ଅପୁତ୍ରିକ ଥିଲୁ ଯୋଶଦା ନନ୍ଦ,
ପିତା ମାତା ଡାକି ଦେଲୁ ଆନନ୍ଦ।
କେଉଁ ଜନମର ପୂଣ୍ୟ ର ଫଳେ,
କାହ୍ନୁ ତୁ ଆସିଲୁ ଆମରି କୋଳେ।
କେତେ କେତେ ଲୀଳା ଖେଳା ତୁ କଲୁ,
ଗୋପେ ନରନାରୀ ମନ ମୋହିଲୁ।
କୁହୁକ ବଂଶୀ ର କୁହୁକ ତାନେ,
କୁହୁକ ଭରିଲୁ ସବୁରି ମନେ।
ଚମତ୍କାରୀ ବୋଲି କହନ୍ତି ଜନେ,
ଚମତ୍କାରୀ ବୋଲି ନାହିଁ ମୋ ମନେ।
ମୋର ଶିଶୁ ପୁତ୍ର ଅଝଟ କାହ୍ନା,
ଅଝଟ ହୁଅଇ ନ ମାନେ ମନା।
ସର ଲବଣୀ ଯେ କରଇ ଚୋରି,
କେଉଁ ମତେ ହେଲା ସେ ଚମତ୍କାରୀ।
ବାଳକ ସୁଲଭ ହସ ଖେଳରେ,
ମାତିଥାଏ ସଦା ସାଙ୍ଗ ମେଳରେ।
ଦୈତ୍ୟ ଅସୁରଙ୍କୁ ପାରିବ ମାରି,
ମୋ କାହ୍ନୁ ର ନାହିଁ ବଳ ଏ ସରି।
କଂସ ରାକ୍ଷସ ର ମାୟା ଭୂବନେ,
ନ ଛାଡ଼ିବି ସତ୍ୟ ଏହି ଜୀବନେ।
ବୃଦ୍ଧ କାଳେ ମୋ ଏକଇ ନନ୍ଦନ,
ମଥୁରାକୁ ଗମୁ ନାହିଁ ମୋ ମନ।
ଯଶୋମତୀ କରୁ କରୁ ଭାଳେଣି,
କୃଷ୍ଣ ଆସିଣ ମାଗିଲେ ମେଲାଣି।
ଯଗତର ହିତ ପାଇଁ ଭୋ ମାତ,
ମଥୁରା ଭୂବନେ ଯିବ ତୋ ସୁତ।
ବାତ୍ସଲ୍ୟ ମମତା ଭୂଲି କି ହେବ,
ଭୋ ମାତ ତୋ ପରି କିଏ ସେ ହେବ।
ଶୋକ କରନାହିଁ ମାତା ଯଶୋଦା,
କୃଷ୍ଣ ତୁମ୍ଭ ହୃଦେ ରହିବ ସଦା।
ଦେବକୀ ଜନନୀ ଯଶୋଦା ସାହା,
ଦୁହେଁ ବୋଲାଇବେ କୃଷ୍ଣ ର ମାଆ।
ଦେବକୀ କୋଳରେ ଜନମ ହେଲି,
ଯଶୋଦା କୋଳରେ ମୁହିଁ ବଢ଼ିଲି।
ଯଗତ କଲ୍ୟାଣ ପାଇଁ ହେ ମାତ,
ଦେବକୀ ଭୂଲିଲେ ଆପଣା ସୁତ।
ସେହି ଯଗତର ଉଦ୍ଧାର ପାଇଁ,
ମାତା ତୁମ୍ଭେ ମୋତେ ଦିଅ ଭୃଲାଇ।
ଯଶୋଦା ନୟନୁ ବାତ୍ସଲ୍ୟ ବାରି,
ଝରଇ କୃଷ୍ଣଙ୍କୁ ହୃଦୟେ ଧରି।
ପୁତ୍ର ମୋର ଯାଅ ମଥୁରା ପୁରୀ,
ରହିବି ବାବୁ ମୁଁ ତୋତେ ସୁମରି।
ଯୁଗେ ଯୁଗେ ବାର୍ତ୍ତା ଭ୍ରମୁଣ ଥିବ,
ଦେବକୀ ଯଶୋଦା ବାତ୍ସଲ୍ୟ ଭାବ।