Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Nayak

Others

5.0  

Snigdha Nayak

Others

ପିଠାପଣା

ପିଠାପଣା

1 min
390



ବାର ମାସକୁ ତେର ପରବ

ନାନା ରକମର ପିଠାପଣାରେ

ଭରି ଯାଏ ଘର ଆଉ ମହକି ଉଠେ ପୁର

ଛେନା, ସରପୁଳି ରେ ଭରିଛି ସଭିଙ୍କ ଘର

ହଉ ମାର୍ଗଶିର ଗୁରୁବାର କି ପରବ ମକର

ପିଠାପଣା ରେ ପରା ସଭିଙ୍କ ଆଦର ।


ଭଳି କି ଭଳି ପିଠା

କେବେ ସିଝାମଣ୍ଡା ତ କେବେ ଆରିଶା କାକରା

ଆଇମା ମୋର ଅତି ଆଦରେ ମଣ୍ଡା ଦିଏ ଗଢ଼ି

ତା'ରି ଭିତରେ ନଡିଆ ଆଉ ଭରି ରାବିଡି ।


କେତେ ଯେ ନାତିନାତୁଣୀ ଭରପୂର

ସଭିଙ୍କୁ ଦିଏ ହେଲେ ନ ଥାଏ ଭାଗତାର

ଆମ ଖୁସିରେ ତା'ପେଟ ଯାଏ ଭାରି

ବୁଢ଼ା ବିରାଡି ଟି ଆସେ ଥରିଥରି

ତା'ଭାଗେ ଅଛି କି ଦିଟା ବୋଲି ବିଚାରି

ମଉକା ଦେଖି ପାଇ ଦିଟା ନିଏ ଆବେରି ।


ପଡ଼ିଶା ମଉସାଙ୍କୁ ନେଇ ଦେଲି ମୁଁ ପିଠା

ବୁଝାଇ କହିଲେ ସିଏ,ଖାଇ ସେଥିରୁ ଦି'ଟା

ପରବ ଆଉ ପିଠାପଣା ର ମହତ୍ତ୍ୱ କଥା

ପରବ ପାଳୁ ମିଶି ଏକାଠି ଯେବେ

ଦିଆନିଆ ରେ ଜାତ ସେନେହ ଶରଧା

ଏକତ୍ରିତ ହୋଇ ପାଳନ କରୁ ଯେବେ

ଶିଖାଏ ପରବ ପରା ଆମକୁ ' ଏକତା" 

ଗୋଟି ଗୋଟି କହିଲେ ପଡ଼ିଶା ମଉସା

ସବୁ ପୂଜା ପରବର ମହତ୍ତ୍ୱ କଥା ।


ପିଠା ମହକେ ହେଲାଣି ବିରାଡିଙ୍କ ମେଲାଣି

ଆଇକୁ ମୋର ପଡିଛି ଲୋ ଭାଲେଣି

କହି ଅଜା କୁ ଧରାଇ ବେତ ବସାଇଛି

ନିଦରେ ଯେ ତା' ଆଖି ଲାଗି ଯାଉଛି

ତା'ଅଜାଣତେ ପଶି ବିରାଡି ପିଠା ଖାଉଛି

ପାଇ ଶବଦ ଅଜା ତା'କୁ ପାହାରେ ଦେଇଛି ।


ପାଇ ପାହାର ବିରାଡି ଯାଇଛି ଚାଲି

ଆଉ ଚଉକିରୁ ଅଜା ପଡିଛି ଢଳି

ପିଠାତକ ଦେଲା ଖାଇ ବିରାଡି କହି

ଅଜାଙ୍କ ସଙ୍ଗେ ହେଲାଣି ଆଇର କଳି

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ ।



Rate this content
Log in