Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ଚନ୍ଦ୍ରମା ତୁମେ ଯାଅନାହିଁ ଫେରି

ଚନ୍ଦ୍ରମା ତୁମେ ଯାଅନାହିଁ ଫେରି

1 min
6.6K


ଚନ୍ଦ୍ରମା ତୁମେ ଯାଅନାହିଁ ଫେରି

 

ଆଭାକାନ୍ତ ମହାନ୍ତି

 

ଚନ୍ଦ୍ରମା ତୁମେ ଯାଅନାହିଁ ଫେରି

        ପାଶେ ପ୍ରିୟା ନାହିଁ ମୋର

ତୁମକୁ ଦେଖି ମୁଁ ମନେକରେ ଆଜି

       ସେଦିନର ସେଇ ବେଳ । ୦ ।

 

       ସାକ୍ଷୀ ଥିଲ ତୁମେ ମୋର ପ୍ରଣୟର

       ଆଉ ସାକ୍ଷୀ ଥିଲା ସେ ନୀଳ ସାଗର

ସାଗର ବି ଦୂରେ          ପ୍ରିୟା ସହିତରେ

       ପାଶେ ଏକା ତୁମେ ମୋର

ତୁମକୁ ଏ ରାତେ          ଦେଖି ମୁଁ ଅତୀତେ

       ହଜୁଅଛି ବାରବାର

ହେ ଚନ୍ଦ୍ରମା ! ତେଣୁ ଫେରିଯାଅ ନାହିଁ

       ଏଇ ଅନୁରୋଧ ମୋର । ୧ ।

 

       ଶରୀର ଲମ୍ବାଇ ବାଲୁକା ତଳପେ

       ପ୍ରିୟା କୋଳେ ମଥା ରଖି ମୁଁ ଗଳପେ

ମାତିଥିଲି, ତୁମେ          ଦେଖିଛ ସେ ଯାମେ

       ଆଉ ଦେଖିଛି ସାଗର

ଆଜି ଏକା ମୋତେ              ଦେଖି ଏଇ ରାତେ

       କରନାହିଁ ହତାଦର

ତୁମେ ଗଲେ ଚାଲି, କିଏ ସାକ୍ଷୀ ହେବ

ମୋ ବିରହ ବେଦନାର ? । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in