Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

5.0  

Lalatendu Kabi

Others

ମରିଚୀରେ ସରିଚି

ମରିଚୀରେ ସରିଚି

1 min
20.2K


        ମରିଚୀରେ ସରିଚି

 

ଏ କ୍ରତୁ ପୁଲହ ପୁଲସ୍ତ୍ୟ ଓ ଅତ୍ରି ଅଙ୍ଗିରା ଵଶିଷ୍ଠ ମରୀଚି,

ସାତ ଋଷିଙ୍କର ତାରକା ମଣ୍ଡଳ ଏହିଠାରେ ବାବୁ ସରିଛି |  -୧-

 

ଶେଷ ଦୁଇଟିକୁ ଯୋଡି ଯେବେ ବାପା ତାଣି ଦେବୁ ରେଖା ଏକ,

ଉଜ୍ଜ୍ଵଳ ନକ୍ଷତ୍ର ଦେଖିବୁ ଯାହା ସେ ଧ୍ରୁଵତାରା ମନେ ରଖ |  -୨-

 

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଜ୍ୟୋତିଷ୍କ ନକ୍ଷତ୍ର ସଭିଏଁ କରନ୍ତି ଗତି,

ଏକା ଧ୍ରୁଵତାରା ସ୍ଥିର ସବୁଦିନେ ଉତ୍ତର ଦିଗେ ତା ସ୍ଥିତି | -୩-

 

ଧ୍ରୁଵତାରା ପରି ଅଟଳ ରହିବୁ ନୀତିରୁ ହଟିବୁ ନାହିଁ,

କିଛି ନ ଦେ ମୋତେ, ମଲେ ନିଆଁ ଦେବୁ, ଶେଷ ଇଚ୍ଛା ଦେଲି କହି | -୪-

 

ଵିଳୁତ ବୟସେ ବୁଝିଲି କିଛି ମୁଁ ପିତାଙ୍କ ଶେଷ ଵଚନ,

ଛାତେ ସପ ପାରି ଶୋଇଥିଲୁ ଆମେ, ସେ ଥିଲା ଗ୍ରୀଷମ ଦିନ | -୫-

 

ବଡ ହେଲି ଯେବେ ଛାଡ଼ି ଭିଟାମାଟି ଆସିଲି ଵିଦେଶ କରି,

ବୁଡି ରହିଲି ମୁଁ ଜଞ୍ଜାଳ ଭିତରେ, ଧରି ଦୁଇ କନ୍ୟା, ସ୍ତରୀ |  -୬-

 

ଶିଶୁ କନ୍ୟା ଦୁହେଁ ଶିଖିଲେ ମୋ’ ଠାରୁ ଚିହ୍ନି ସେହି ଗ୍ରହ ତାରା,

ବଡ ଝିଅ ଟି ତା’ ଜେଜେବାପାଙ୍କର ସାଜିଲା ଦୁଃଖ-ପାଶୋରା |-୭

 

କାଳର କବଳେ ଜେଜେବାପା ତା’ର ଗଲେ ଦୁନିଆଁରୁ ଚାଲି,

ଜୀଵନରେ କିଛି ଦେଇ ତ ନ ଥିଲି, ମୁଖାଗ୍ନି ଟିକକ ଦେଲି |  -୮

 

କିଛି ଦିନ ଗତେ ପୁଣି ସେଇ ଛାତେ ଶୋଇଥିଲୁ ଆମେ ଯେବେ,

ଝିଅ ପଚାରୁଛି – ଜେଜେବାପା ବି ତ ତାରା ହେଇ ରହିଥିବେ |-୯

 

ସପ୍ତର୍ଷି ମଣ୍ଡଳ ନକ୍ଷତ୍ର ଭିତରେ ଜେଜେବାପା କିଏ ମୋର ?

କହି ଦିଅ ବାପା ମନ ମୁଁ କରିଛି, କରିବି ତାଙ୍କୁ ଜୁହାର |  -୧୦

 

ଝିଅ କଥା ଶୁଣି ଜିଭ ଶୁଖି ଗଲା; କହିଲି ଏତିକି ଭାଷା –

ମରୀଚି ମାଆ ସରିଚି ରେ ସବୁ, ନ କର ଆଉ ସେ ଆଶା |  -୧୧

 

ଲଲାଟେନ୍ଦୁ କବି 

୨୩ ଜୁଲାଇ ୨୦୧୪   ଶ୍ରୀ ହରିଶରଣମ୍


Rate this content
Log in