Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

3  

Bhakta Malla

Others

ଈଶ୍ବର

ଈଶ୍ବର

1 min
6.8K


### ଈଶ୍ବର ###

ସେତେବେଳେ ମୁଁ ଈଶ୍ବର

ଯେତେବେଳେ ମୁଁ ଜାଣେ

" ମୁଁ ସର୍ବଶକ୍ତିମାନ "

ଓ ସକଳ ଶକ୍ତି ର ଆଧାର,

ନତୁବା ମୁଁ ତୁଚ୍ଛ ଏକ

ସୌଦାଗର

ଅପହଞ୍ଚ ଦୂରତ୍ବ ଶକ୍ତିର ।।

ସେତେବେଳେ ମୁଁ ଈଶ୍ବର

ଯେତେବେଳେ ମୁଁ ଜାଣେ

" ମୁଁ ହିଁ ମୋର ସୃଜନ "

ଓ ବିଧାତା ସବୁର ,

ମୁଁ ହିଁ କର୍ମ, ମୁ ହିଁ କାରଣ

ପ୍ରକିୟା ର ଅନ୍ତଃକରଣ ।।

ମୁଁ ନିଜେ ଗଢି ହୁଏ

ଆପେ ଆପେ ବଡ ହୁଏ

ମୋତେ କିଏ ଗଢିବା କଥା

ବା

ସବୁ ମିଥ୍ୟାଚାର,

ମୁଁ କେବଳ ମନ୍ଦିରେ ନଥାଏ

ନଥାଏ ଗୀର୍ଜା ରେ

ଗୁରୁଦ୍ବାର ରେ ବି ନୁହେଁ

ନ ଥାଏ ବି ମସ୍ଜିଦ୍ ରେ

ବରଂ ଥାଏ ଆପଣା ଭିତରେ

ମୁଁ ନିଜେ ମୋତେ ଖୋଜୁଥାଏ

ଆପଣା ଭିତରେ ।।

ମୁଁ ଅସୀମ ଶକ୍ତି ର

ଅସୀମିତ ବଳୟ

ଅଲଂଘନୀୟ,

ଅନୀର୍ବଚନୀୟ

ଉପଂସଂହାର ର

ଆୟମାରମ୍ଭ ମାତ୍ର ଓ

ଅବିଶ୍ବାସ ନୀୟ ।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ ।

ନେମ୍ବରା, କେନ୍ଦ୍ରାପଡା

16th february 2018.


Rate this content
Log in