Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Inspirational Abstract

3  

Mamatamanjari Das

Inspirational Abstract

ଜୀବନ ବହିର ଦୁଇ ପୃଷ୍ଠା

ଜୀବନ ବହିର ଦୁଇ ପୃଷ୍ଠା

1 min
7.1K


ଅନ୍ତୁଡି ଶାଳରୁ ମଶାଣିର ନିଆଁ

କିିିଏ ଜାଣେ କେତେ ଦୂର

ତଥାପି ଏଠାରେ ବଞ୍ଚିବାକୁ ହୁଏ

ଗାଇ ଜୀବନ ସଙ୍ଗୀତ ସୁୁର ।

ପାପ ଆଉ ପୂଣ୍ୟ ଦୁଇ ଗୋଟି ପୃୃଷ୍ଠା

ଜନମରୁ ଲେଖା ଥାଏ ପରା

ପୃଷ୍ଠାକୁ ଚିିରି ଫିିଙ୍ଗି ଦେଲେ

ଜୀବନ ସୁଗମ ହୁଏ ।

ନେଇ କରି କିଛି

ଆସିିି ନାହଁ ବନ୍ଧୁ

ନେଇ କରି ଜିବ ନାହିଁ ମୈତ୍ରୀ ,

ପ୍ରୀତି ଆଉ ସ୍ନେହର ପରଶେ

ପରକୁ ନିଅ ଆପଣାଇ ।

ହେଉ କଣ୍ଟକିତ କିମ୍ବା ପୁଷ୍ପ ମୟ

ଏ ଜୀବନ ଚଲାପଥ

ସବୁ ବିିଷ ପିଇ ଆକଣ୍ଠ ଚିତ୍ତରେ

ବଞ୍ଚିବାଟା ଏଠି ଶିିିଖ ।

ଯନ୍ତ୍ରଣା ଛାପରେ ଜୀବନଟା ଯେବେ

ଜହର ପାଲଟି ଯାଏ

ସେ ଜହର ପିିଇ ଓଠେ ହସ ଭର

ପ୍ରାଣବାୟୁ ଥିବା ଯାଏ ।

ଜୀବନ ବୀଣାର ଦୁଇ ଗୋଟି ପୃଷ୍ଠା

ତନ୍ନ ତନ୍ନ କରି ପଢ଼

ଗୋଟେ ପଟେ ସୁଖ

ଗୋଟେ ପଟେ ଦୁୁଃଖ

ହେଲେ କେେହି

ନୁହେଁ କାହାଠାରୁ ବଡ ।

ମମତା ମଞ୍ଜରୀ ଦାସ

କଟକ


Rate this content
Log in

Similar oriya poem from Inspirational