Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2  

Sadananda Sahoo

Others

ପ୍ରେମର ବିଶ୍ୱାସ

ପ୍ରେମର ବିଶ୍ୱାସ

1 min
6.9K



ପ୍ରେମରେ ବିଶ୍ୱାସ ପ୍ରେମରେ ପ୍ରଶ୍ଵାସ

ଦୁଇଟି ଆତ୍ମାର ଶ୍ଳେଷ ;

ଦୁଇ ହୃଦୟର ଗୋଟିଏ ସ୍ପନ୍ଦନ

ପ୍ରେମର ଜୀବନ୍ତ ରୂପ !!


ଆତ୍ମା ପରିତୋଷ ପ୍ରେମ ହିଁ ସର୍ବସ୍ୱ

ଦେହ ସୁଖ ଭୋଗ ଲାଭ ;

ପ୍ରେମତ ସାଶ୍ୱତ ଚିରନ୍ତନ ସତ୍ୟ

ମହୀତଳେ ହୁଏ ଭୋଗ !!


ପ୍ରେମର ମିଳନ କରେ ଆକଳନ

ସମ୍ପର୍କର ଗଭୀରତା ;

ସୁମଧୁର ବାଣୀ ରଚେତ କହାଣୀ

ମନେ ଆଣେ ସରସତା !!


ପ୍ରୀତି ଫୁଲ ଧରି ପ୍ରେମ ଫଗୁବୋଳି

ସରାଗରେ ଆସେ ପ୍ରେମୀ ;

କହେ ପ୍ରିୟତମା କରିଦିଅ କ୍ଷମା

ହେବିମୁଁ ତୁମ ସାଥୀ !!


ପ୍ରେମ ଅନୁଭବ ଆଣିଛିବିପ୍ଳବ

ଦେହ ମନେ ଶିହରଣ ;

ତୁମ ବିନା ସାଥୀ ପାରିବିନି ବଞ୍ଚି

ହୃଦୟର କୋହ ଜାଣ !!


ଭ୍ରମରେ ଭ୍ରମର ପ୍ରିୟ ମଧୁରସ

ତୁମକୁ ମୁଁ ଖୋଜି ବୁଲେ ;

ତୁମରି ପରଶେ ମୁଁ ଖାଲି ରସେ

ଶୋଇବାକୁ ତୁମ କୋଳେ !!


ପ୍ରେମ ମରୁ ବାଲି ପଥ ଖାଲି ଖାଲି

ନିର୍ଜନତା ଅଛି ଭରି ;

ତଥାପି ବିଶ୍ୱାସ କହେ ମୋ ପ୍ରଶ୍ୱାସ

ତୁମକୁ ପାଇବି ଫେରି !!!


ପ୍ରେମର କବିତା ଜୀବନ ସଂଗୀତା

ଆଙ୍କେମୋ' ଲେଖନୀ ତୂଳୀ ;

କବିଟିଏ ବୋଲି କହିଦିଏ ଖୋଲି

ପ୍ରେମର କୁହୁକ ବାଣୀ ;!!!

..........,,,,,,.......................

ସଦାନନ୍ଦ ସାହୁ ; କର୍ମଚାରୀ ; କେନ୍ଦ୍ରୀୟକାରାଗାର (କାର୍ଯ୍ୟକାରୀ) କଟକ ; ଚୌଦ୍ୱାର ; ଓଡ଼ିଶା ;


Rate this content
Log in