Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Inspirational

2  

Bhakta Malla

Inspirational

ନାରୀ

ନାରୀ

1 min
6.5K


(ବିଶ୍ବ ମହିଳା ଦିବସ ଉପଲକ୍ଷେ)


ନାରୀ ତୁମେ ମହନୀୟା

ମୋହିନୀର ବ୍ୟାକରଣ

ଲୁବ୍ଧକର ଇପ୍ସିତ ଆକାଂକ୍ଷା

କବିତାର ବିଳମ୍ବିତ ରାଗ,

ପ୍ରଣୟର ପ୍ରୀତିଚ୍ଛ୍ବାସ

ପ୍ରାଣର ଉଲ୍ଲାସ ଉତ୍ତାପ

ହୃଦୟର ସ୍ବଚ୍ଛ ଅନୁରାଗ ।

ଜନନୀର ନିର୍ମଳ ଝର

ମାତୃତ୍ବର କୋମଳ ଗାଂଧାର

ମମତାର ମୃଣ୍ମୟ ମୂର୍ତ୍ତୀ

ପ୍ରଣୟର ସବୁଜ କେଦାର ।

ଭଗିନୀର ଛନ୍ଦ ବନ୍ଧ

ସ୍ନେହସିକ୍ତ ଶ୍ରଦ୍ଧା ଉଚ୍ଚାରଣ ,

ସର୍ବଂସହା ଶୁଦ୍ଧପୂତା

କନକର ମାଧୁର୍ଯ୍ୟ ବରଣ ।


ତୁମେ ଅଟ ପ୍ରୀତିପୂର୍ଣ୍ଣା

ପ୍ରେମ ପ୍ରୀତି ପ୍ରବର୍ତ୍ତିକା

ପ୍ରଣୟର ଗୋପନ ଅଂଧାର,

ତୁମେ ଏକ ସ୍ନିଗ୍ଧ ଜ୍ୟୋତ୍ସ୍ନା

ମୁଗ୍ଧ ମାୟା ତୃଷ୍ଣ ମରିଚୀକା

ବସନ୍ତର ଶୀତଳ ସମୀର ।

ତୁମେ ଏକ ସୁଂଦର ଶାୟକ

ନୀଳନଭ ନୀଳ ସମ୍ମୋହନ ,

ବିଚିତ୍ର ଏ ବିଶ୍ବବକ୍ଷେ

ତୁମେ ଏକ ବିସ୍ମୟ ସୃଜନ ।

ମାୟାଭୂତେ ଆବିର୍ଭୂତା

ଆଦ୍ୟାଶକ୍ତି ଏ ଧରାର ଉତ୍ସ

ତୁମେ ଏକ ବେଦ ମନ୍ତ୍ର

ହବନର ଅପୂର୍ବ ସ୍ତମ୍ଭନ ।।




ଭକ୍ତ ଚରଣ ମଲ୍ଲ

ମାର୍ଚ୍ଚ 8 , 2018 ।

ନେମ୍ବରା, କେନ୍ଦ୍ରାପଡା ।


Rate this content
Log in

Similar oriya poem from Inspirational