Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

ସମୟ ବଡ଼ ମୂଲ୍ୟବାନ

ସମୟ ବଡ଼ ମୂଲ୍ୟବାନ

1 min
116



ସମୟଟା ଅଟେ ଭାରି ମୂଲ୍ୟବାନ

ଅପେକ୍ଷା କରେନି କାହାକୁ

ସେହି ସମୟକୁ ନଷ୍ଟ କରିଦେଲେ

ଆସିବନି ଆମ ପାଖକୁ ।


ପଢ଼ାବେଳେ ଆମେ ପଢ଼ୁଥିବା ନିତି

ପାଠରେ ଯେ ମନ ଦେଇକି

ଖେଳ ବେଳେ ପୁଣି ଖେଳୁଥିବା ଆମେ

ସାଙ୍ଗ ସାଥି ସବୁ ହେଇକି ।


ଖାଇବା ପିଇବା ସମୟେ କରିଲେ

ରୋଗ ବଇରାଗ ହେବନି

ସମୟେ ଶୋଇକି ସମୟେ ଉଠିଲେ

ଅଳସଟା ପାଖ ମାଡ଼େନି ।


ଧ୍ୟାନର ସହିତ ଶୁଣୁଥିବା ଯଦି

ପଢେଇଲା ବେଳେ ଶିକ୍ଷକ

ପାଠ ରହିଯିବ ମନରେ ଆମର

ହେବା ନାହିଁ ଜମା ମୁରୁଖ ।


ସମୟ ସାଥିରେ କାମ କରି ଆମେ

ଚାଲୁଥିଲେ ତାଳ ଦେଇକି

ସମୟ ବି ଆମ ସାଥି ହୋଇଯିବ

ଚାଲୁଥିବ ସାଥେ ନେଇକି ।


ମୋ ପାଖେ ସମୟ ନାହିଁ ବୋଲି ପୁଣି

ଭାବିବାନି କେବେ ଜୀବନେ

ସମସ୍ତଙ୍କ ପାଇଁ ସମୟ ସମାନେ

ଏ କଥାକୁ ରଖିବା ମନେ ।

     


Rate this content
Log in

Similar oriya poem from Inspirational