Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others Tragedy

5.0  

ପ୍ରଶାନ୍ତ କୁମାର ବେହେରା

Others Tragedy

ଚକ୍ରବ୍ୟୁହରେ ପ୍ରେମିକା - ୫

ଚକ୍ରବ୍ୟୁହରେ ପ୍ରେମିକା - ୫

1 min
7.1K


ମୋତେ ସବୁବେଳେ

ଏମିତି ନିଆଁରେ ଫିଙ୍ଗି

ତମେ ଏତେ ଖୁସି

ହୁଅ କେମିତି ?

ସତରେ ଖୁବ୍ କଷ୍ଟ

ଦେଇ ଚାଲିଛ

ଏ ଜୀବନରେ

ସେ ସବୁ ତ ମୋ

ଭାବନାର ବାହାରେ ।

ମୁ୍ଁ ତ କୌଣସି

ଛନ୍ଦ କପଟ ଜାଣିନି

ସେଥିରେ ବିଶ୍ୱାସ ବି କରେନି ।

ତମେ କିନ୍ତୁ ପୁରା ଓଲଟା

ସବୁବେଳେ ତର୍କ

ବୁଝି ନ ବୁଝିବାର

ଛଳନା କରି

ମୋ ହୃଦୟକୁ କ୍ଷତାକ୍ତ

କରି ଚାଲିଛ ।

କେବେ ତମର ସେଇ

ଶବ୍ଦର ଜାଲ ସବୁ

ମୋ ଆଖିକୁ ଖୁବ୍

ଓଦା କରୁଥିଲେ ।

ମନା କରୁନି ଏବେ ବି

କିଛି ଭିନ୍ନତା ଅଛି

କିନ୍ତୁ କିଏ ଜାଣେ

ଆଉ କେତେ ଦିନ ପାଇଁ ?

ସତ କହୁଛି

ଏବେ ମୁଁ ଖୁବ୍ କ୍ଲାନ୍ତ

କୋଉ ବିଶ୍ୱାସ ରଖିଲ ଯେ,

ପୁଣି ସେଇ ସବୁ

ଆଘାତ ପାଇବାକୁ ଫେରିବି ?

ଏବେ ତ ଦୃଢ଼

ନିଷ୍ପତିର ବେଳ ।

ହେଲେ ମୁଁ ଠିକ୍ ଜାଣେ

ତମେ ତ ସବୁବେଳେ

ମୋ ଭାବନା ସହ ଖେଳିବାକୁ

ତୟାର ଥିବା ଲୋକ ।

ମୋ ଜୀବନ ପରିଧିରୁ

ଚାଲିଯାଅ ଦୟାକରି

କୌଣସି ସମ୍ପର୍କ ବି

ଦରକାର ନାହିଁ

ଖୁବ୍ କଷ୍ଟ ସତରେ

ଚୁପ୍ ରହିଲେ ବି

କିଛି କହିଲେ ବି !!!

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in