ବିଶ୍ୱାସ
ବିଶ୍ୱାସ
ବିଶ୍ୱାସରେ ବିଷ କରିଛି ମୁଁ ପାନ
ହେ ପ୍ରେମୀ ସମାଜ ଜାଣ ;;
ପ୍ରେମ ପଥ ମୋର ଦୁର୍ଗମ ଅଭେଦ୍ଯ
ଚାଲିବାକୁ ନାହିଁ ବଳ !!
ପ୍ରୀତି ପ୍ରିୟତମା ବୁଝୁ ନାହିଁ ଜମା
କେତେ ଦୁରାବସ୍ଥା ମୋର ;
ପଡିଛି ସଙ୍କଟେ ମୁଁ ଯେ ବିପଦେ
ବୋହି ଯାଏ ଅଶ୍ରୁ ଧାର !!
ପ୍ରେମ ଛବି ଆଙ୍କି ଭାବନାରେ ରଖି
ସପନରେ ହଜି ଯାଏ ;
ହୃଦୟର ରାଣୀ ପ୍ରେମର ବାୟାଣୀ
ପ୍ରେମକୁ ପରଖି ନିଏ !!
ଦୁଃଖ ମୋ ଏତିକି ମୁଁ ସବୁ ଜାଣିକି
ଅଜଣା କହାଣୀ ଲେଖେ ;
ପ୍ରେମର ପୂଜାରୀ ପ୍ରେମ ଉପଚାରୀ
ପ୍ରେମ ରଙ୍ଗ ଦେହେ ମା'ଖେ !!
ଅର୍ଥରୁ ଅନର୍ଥ ସମୟ ମୋ ବ୍ୟର୍ଥ
ପାଇନାହିଁ ପ୍ରେମ ରସ !!!
ବିଶ୍ୱାସର ଘର ମୋ ସୁନା ସଂସାର
ହସୁ ଥାଉ ସବୁ ଦିନ ;
ଉଭେଇ ନଯାଉ ହୃଦୟରେ ଥାଉ
ପ୍ରେମର ପ୍ରେମୀକା ସ୍ୱର୍ଣ୍ଣ !!!
ବିରହ ଯାତନା ଦବ ନାହିଁ ପ୍ରିୟା
ଏ ବାର୍ତ୍ତା ମୋ ଅନ୍ତରର ;;
ମୁଁ ଅମୃତ .ସନ୍ତାନ ମନ ମୋର ଭିନ୍ନ
ମୁଁ ପ୍ରେମିକାର ଯୋଗ୍ଯବର !!