Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ରଙ୍ଗମଞ୍ଚର ଭଲପାଇବା

ରଙ୍ଗମଞ୍ଚର ଭଲପାଇବା

1 min
263



ମୁଁ କହିଲି,

ଭଲ ଲାଗେ ତୁମ ଭଲପାଇବା

ଆଉ ତୁମ ମୃଗନୟନରେ ଚାହିଁବା,

ଭଲ ଲାଗେ ତୁମ ଲାଲ ଓଠର ହସ

ପୁଣି ନୂଆ ନୂଆ ମନଛୁଆଁ ବେଶ ।

ଭଲ ଲାଗେ ତୁମ କଣ୍ଠସ୍ଵର ଆଉ

ରୁମ୍ ଝୁମ୍ ପାଉଞ୍ଜିର ଘୁଙ୍ଗୁର ,

ଭଲ ସାଜୁଥାଏ ତୁମ ଗଭାରେ ମଲ୍ଲୀ ପୁଣି

ବେଶି ଭଲ ତୁମ ରାଜହଂସି ଚାଲି ।


ତୁମେ କହିଲ,

ଧେତ୍ ଭଲ ପାଇବାଟା ମୋ ଛଳନା

ସେ ମୃଗନୟନ ଓ ଲାଲ ଓଠ ଖାଲି ବାହାନା,

ବେଶ ପରା ଯାତ୍ରାପାଟି ମାଲିକର

କଣ୍ଠ ଏ ଆହୁଜା ସିନ୍ଥେ ସାଉଁଜରର ।

ଘୁଙ୍ଗୁରର ମାଲିକ ବା ଏ ରଙ୍ଗଶାଳା

ବୁନ୍ଦାଏ ମନ୍ଦିରାରେ ଏ ପାଦ ଲଙ୍ଗଳା,

ପଚାଶ ଟଙ୍କା ପାଇଁ ଆଠ ଘଣ୍ଟାର ଦର୍ଶକ

ଯାତ୍ରା ନାୟିକା ମୁଁ ପ୍ରେମ ମୋର ମାତ୍ର ଘଡିକ ।


Rate this content
Log in