ହୃଦୟର ଭାଷା
ହୃଦୟର ଭାଷା
ଦୁନିଆ ଆଗରେ ମିଛ କହିପାରେ
ଅବା ସତ କହିପାରେ
କହରେ କାଳିଆ ତୋ ନିକଟେ ମିଛ
କହିଛି କି କେବେ ଥରେ?
ଦୁନିଆ ଆଗରେ ଦୁଃଖ ଖୋଲିପାରେ
ଅଥବା ନ ଖୋଲି ପାରେ
କହରେ କାଳିଆ ତୋ ନିକଟେ ଦୁଃଖ
ନ ଖୋଲିକି ରହି ପାରେ ?
ଦୁନିଆ ଆଖିରେ ଦୋଷୀ ହୋଇପାରେ
ନିର୍ଦ୍ଦୋଷ ବି ହୋଇପାରେ
ହେଲେ ତୋ ନିକଟେ ଦୋଷୀ କି ନିର୍ଦ୍ଦୋଷ
ଉତ୍ତର କାହିଁ ମୋ ଠାରେ?
ଚିତ୍ତରଞ୍ଜନ ଲେଙ୍କା,କଟକ