ବେସୁରା ଗୀତି-୭୪୨
ବେସୁରା ଗୀତି-୭୪୨
1 min
6.8K
କେତେ ଯେ ଆଖିର ସପନ ଅଟୁ ଗୋ
ବର୍ଷା ତୁ ଅଭିମାନୀ
କବି ଲେଖନୀକୁ ପ୍ରଣବନ୍ତ କରୁ
ହଲାଇ ପଣତ କାନି ॥
କେତେବେଳେ ଆସୁ କଲମ ମୁନରେ
ସାଜି କବି ପ୍ରଣୟିନୀ
କେତେବେଳେ ଦେଉ କଷଣର ବୋଝ
ବୁହାଉ ଆଖିରୁ ପାଣି ॥
ଭିଜି ଭିଜି କେବେ ଆସୁ ତା ଆଗକୁ
ପ୍ରୀତିର ମୟୁଖ ଢାଳି
କେତେବେଳେ ତୋର ନିର୍ଦ୍ଦୟ ପଣରେ
ହୃଦୟକୁ ଦେଉ ଢାଳି ॥
ଅରୂପକୁ କରୁ ରୁପବନ୍ତ ତୁହି
ମୁକ ମୁଖେ ଦେଉ ଭାଷା
ପ୍ରୀତିର ମହଲ ଗଢି ଦେଉ ବୋଲି
ନାଆଁଟି ତୋହର ବର୍ଷା ॥
ଅନ୍ତର ନିଗାଡି ପ୍ରୀତିର ଧାରାରେ
ଭସାଇ ଦେ ଦୁନିଆଁକୁ
ଜନ୍ମ ଜନ୍ମାନ୍ତର ସଭିଙ୍କ ପ୍ରତିକ୍ଷା
ତୋ ପରଶ ପାଇବାକୁ ॥