କର୍ଣ୍ଣ
କର୍ଣ୍ଣ
।। କର୍ଣ୍ଣ ।।
ହେ କୃଷ୍ଣ କାରୁଣିକ
କୁହ ଥରେ ଖାଲି
ମୋ ଜନ୍ମର ଉଦ୍ଦେଶ୍ୟ,
ନୁହେଁ କି ଏ ବିଡମ୍ବନା ;
ସୁତକୋଳେ ବଢେ କାହିଁ ସୂର୍ଯ୍ୟଙ୍କ ଔରସ !
କେବେ ସାଜେ ରାଧେୟ ତ କେବେ କୌନ୍ତେୟ
ମାତା କୁନ୍ତୀ ଦ୍ୟନ୍ତି ପରିଚୟ
ପାଣ୍ଡବଙ୍କ ଲାଗି ବୋଧେ ବୃଥା ଅଭିନୟ ;
ନୁହେଁ କି ଏ ବିଚିତ୍ର ପରୀକ୍ଷା
ମାପିବାକୁ କିବା ମୋର ଜୀବନ ତିତିକ୍ଷା !
ରାଧେୟ ମୁଁ,
ରାଜପୁତ୍ର ଯେବେ କରନ୍ତି ଭର୍ତ୍ସନା
ଦୁର୍ଯୋଧନ ଦିଏ ମୋତେ ଫମ୍ପା ଆଶ୍ୱାସନା
ଅଙ୍ଗଦେଶ ପାଟ ଦେଇ କରେ ସମ୍ବର୍ଦ୍ଧନା
ଆଜୀବନ ଅଧର୍ମା ମୁଁ
ହୁଏ ଆନମନା !
ସଂପୂର୍ଣ୍ଣ ସଂଜ୍ଞାନେ ଯେବେ
ଯୁଦ୍ଧେ ପରାଜିତ ପାଣ୍ଡବଙ୍କ ଉଲ୍ଲାସ ମୁଁ ଦେଖିଛି ସମସ୍ତ,
ଅର୍ଜୁନର ତିରସ୍କାର ଅଙ୍ଗେ ନିଭାଇଛି
କିଏ ଜାଣେ ଆତ୍ମହତ୍ୟା କର୍ଣ୍ଣ ଯେ ଲଭିଛି !
କୁହ କୃଷ୍ଣ
କୁହ ମୋର ଜନ୍ମର ଉଦ୍ଦେଶ୍ୟ
ସ୍ୱାର୍ଥସିଦ୍ଧି ଯଜ୍ଞେ ମୁହିଁ ସତେ କି ସମିଧ,
ମହାଯୋଦ୍ଧା କର୍ଣ୍ଣ ଯେବେ ହୁଏ ଉପେକ୍ଷିତ
ଅବୈଧ ଜନ୍ମିତ ଅପ- ମାନେ ଜର୍ଜରିତ;
ତେବେ କୁହ ଆହେ କୃଷ୍ଣ
ରାଧାଙ୍କର ରାଣ
କଳିଯୁଗ କର୍ଣ୍ଣ କେବେ କିବା ପାଇବ ସମ୍ମାନ !!!
ଶ୍ରୀଧର ପଟ୍ଟନାୟକ, ଡାକଘର ଗଳି , କଲ୍ୟାଣସିଂହପୁର ଜି : ରାୟଗଡ