Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.3  

Dipti lekha Mishra

Others

ମୁଁ ଓଡିଆ

ମୁଁ ଓଡିଆ

1 min
1.2K


ଶୁଣରେ ସୁଧିଜନେ ଶୁଣ

ମୁଁ ଅଟେ ଯେ ଓଡିଆ

ମୋ ରାଇଜ ଓଡିଶା ଜାଣ

ତା ଦେହ ଭାରୀ ବଢିଆ ॥

ଶୁଣରେ ସୁଧିଜନେ ଶୁଣ

ମୁଁ କହେ ଯେ ଓଡିଆ

ମୋ ଗାଁର ମାଟି ଚିହ୍ନ

କଳା ସଂସ୍କୄୄତି ସୁନ୍ଦରିଆ ॥

ଓଡିଆ ଅଟେ ମୁଁ ବୋଲି

ଲେଖେ ଓଡିଆ,କହେ ଓଡିଆ

ଶୁଣାଏ ଓଡିଆ,ଶୁଣେ ଓଡିଆ

ମୋ ଓଡିଆ ଭାରୀ ବଢିଆ ॥

ପଣ ମୁଁ କରିଛି ଓଡିଆ ବୋଲି

ନ କହିବି ଖଣ୍ଡ ଇଂରେଜୀ

ସଭିଙ୍କୁ ବୁଝାଇଦେବିଟି ଜାଣ

ଓଡିଆ ପାଇଁ ମାରିବି ବାଜି ॥

ମୁଁ ଗର୍ବ କରେ ଆଜି ଜାଣ

ଓଡିଆ ଅକ୍ଷର, ଶଦ୍ଦ ନିଖୁଣ

ପିଠାପଣା ବଡ ସୁଆଦ ଜାଣ

ପାଟବୁଣାରେ ଓଡିଆ ନିପୁଣ ॥

ଓଡିଆକୁ ଦେବି ଢେର ସମ୍ମାନ

ଓଡିଶାର ରଖିବି ଯେ ମାନ

ମୁଁ ଓଡିଆ,କହିବି ଓଡିଆ

ଶୁଣିବି ଓଡିଆ,ଲେଖିବି ଓଡିଆ ॥


Rate this content
Log in