ଫଗୁରେ ଫଗୁରେ ହେବା ବୋଳାବୋଳି
ଫଗୁରେ ଫଗୁରେ ହେବା ବୋଳାବୋଳି
ଫଗୁଣେ ଫଗୁରେ
ହେବା ବୋଳାବୋଳି
ସକାଳ ସୂରୁଯ ସୁନେଲି ମୁରୁଜ
ଭରିଦିଏ ମନେ ବିଞ୍ଚି କିରଣ,
ସାଥେ ଆଣିଦିଏ ନୂତନ ଭାବନା
ନୂତନ ଆଶାକରେ ସଞ୍ଚରଣ।
ଋତୁଚକ୍ର ଆଶେ ଏ ଧରାଧାମକୁ
ମନରେ ଆଣେ ଅପୂର୍ବ ପୁଲକ,
ଋତୁରାଜର ଆଗମନେ ଧରା
ବରଷିଯାଏ ରଙ୍ଗ ମହକ
ଫଗୁଣେ ଫଗୁରେ
ବୋଳାବୋଳି ହେବେ
ନବପଲ୍ଲବୀତ ବେଶେ ଧରା,
ଜାତିଧର୍ମ ଭୁଲି ନାନା ରଙ୍ଗବୋଳି
ଭୁଲିଯିବା ହିଂସା ଦ୍ଵେଷ ପରା।
ଆସ ସର୍ବେ ମିଶି ହର୍ଷୋଲ୍ଲାସ ମଧ୍ୟେ
ଅବିର ଦେହେ ବୋଳିବା,
କୋଳାକୋଳି ହୋଇ ସ୍ଵାଗତ କରିବା
ଫଗୁ ମାଖି ଦୁଃଖ ଭୂଲିଯିବା ।
ପ୍ରଣତି ମହାପାତ୍ର
ବାଲେଶ୍ୱର