ଭାଷଣ
ଭାଷଣ
1 min
342
ସଭାକୁ କେତକ ଏଭଳି ଆସନ୍ତି
ବକ୍ତା ଓ ଅତିଥି ହୋଇ
ଯିଏକି ଭାଷଣ ଦେଇକି ସଭିଙ୍କ
ସମୟ ଯାଆନ୍ତି ଖାଇ ।।
ତାଙ୍କ ଭାଷଣରେ କିଏ ରାଗେ ଚିଡେ
କିଏ ପୁଣି ଦିଏ ଗାଳି
ତଥାପିବି ତାଙ୍କ ଭାଷଣ ବଢ଼ଇ
ଶୁଣିଦେଲେ ଟିକେ ତାଳି ।।
ଭାଷଣଟି ଯେତେ ହିତକର ଅବା
ହେଉଥାଉ ଶକ୍ତିଶାଳୀ
ସମୟର ସୀମା ଲଙ୍ଘିଗଲେ ତାହା
ଲାଗେ ଅର୍ଥହୀନ ଭଳି ।।
ଭାଷଣ ସଭିଏଁ ଦେଲାବେଳେ ଟିକେ
ରହୁ ହିତାହିତ ଜ୍ଞାନ
ଶ୍ରୋତାମାନେ କେତେ ଶୁଣିବାବସ୍ଥାରେ
ସେଥି ପ୍ରତି ରହୁ ଧ୍ୟାନ ।।
ବିଜୟନଗର,ଗଣିଆ,ନୟାଗଡ଼