Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranita Swain

Inspirational

2  

Ranita Swain

Inspirational

ଆମେ ମଣିଷ

ଆମେ ମଣିଷ

1 min
7.2K


 ଆମେ ମଣିଷ ସେଥିପାଇଁ ତ

ଆମ ଭିତରେ ଉତ୍ତମ ବିଚାରଶୀଳ ଶକ୍ତି ଅଛି

ଆମେ ଅନେକ ବନ୍ଧନ ଆଉ ସମ୍ପର୍କରେ ବାନ୍ଧି ହୋଇଛୁ

ଆମ ଭିତରେ ଭଲ ପାଇବା ନାମକ ଏକ ମଜବୁତ୍

ଡୋର ଅଛି,,,ଯାହା ଆମକୁ ପରସ୍ପରର ସହ ବାନ୍ଧି ରଖିଛି

ଏଇ ପରିସରକୁ ତ ଆମେ କହୁ ପରିବାର,,ବନ୍ଧୁ ଆଉ ସମାଜ

ସତରେ କେତେ ସୁନ୍ଦର

ଆମ ଚଳନି ସଂସ୍କାର ଆଉ ସଂସ୍କୃତି

କ’ଣ ଅଭାବ ଅଛି

କ’ଣ କଷ୍ଟ ଅଛି

କ’ଣ ପାଇବାର ଅଛି,,,,

ଯାହା ପାଇଁ ଆମେ ଆଜି ଏତେ ସ୍ଵାର୍ଥପର

କାହା ଖୁସିରେ ଖୁସି ହୋଇ ପାରୁନେ

କ’ଣ ପାଇଁ ଆମେ ମନ ଖୋଲି ହସି ପାରୁନେ

କ’ଣ ପାଇଁ ଏ ପ୍ରତିଯୋଗୀତା

କ’ଣ ପାଇଁ ଆଜି ମଣିଷ ହିଁ ମଣିଷକୁ ଡରୁଛି

ସ୍ଵପ୍ନ ଦେଖିବା ସୁନ୍ଦର କଥା

କିନ୍ତୁ ସେ ସମସ୍ତଙ୍କ ପାଇଁ

ସମସ୍ତଙ୍କୁ ନେଇ ହେବା କଥା ନୁହେଁ କି

ଭାବିଲେ ଭାରି କଷ୍ଟ ଲାଗେ ଆମେ କେବଳ ନିଜ ପାଇଁ ଭାବୁ

ଆମ ଖୁସି ପାଇଁ ଆମେ କାହାକୁ କଷ୍ଟ ଦେବାକୁ ପଛଉନା

ପିଲାମାନଙ୍କୁ ଭଲ ସ୍କୁଲ ପଠଉ କେବଳ ଭଲ ନମ୍ବର ରଖି

ଭଲ ଚାକିରି କରି ଭଲ ଜୀବିକା ନିର୍ବାହ ପାଇଁ

ସତରେ କ’ଣ ଖୁସିରେ ବଞ୍ଚିବା ପାଇଁ ଏତେ ପଇସା ଦରକାର୍,,,।

ସମସ୍ତେ ଦିନେ ଅଫେରା ପଥ ର ପଥିକ ହେବା

ଗୋଟିଏ ଜନ୍ମ ମିଳେ ବନ୍ଧୁ

ଚାଲିଗଲା ପରେ ଆଉ ଥରେ କେହି କାହାକୁ ଭେଟିବାନି

ତାହେଲେ କାହିଁକି ଏ ଜଟିଳତା

ଆସନ୍ତୁ ନା ଆମେ ସମସ୍ତେ ପରସ୍ପରକୁ କେବଳ ଭଲ ପାଇ

ଏକ ସରଳ ସୁସ୍ଥ ଜୀବନ ଠିକ୍ ମଣିଷ ପରି ଜିଇବା

ନା ଇଶ୍ଵର ହେବାକୁ ଚାହିଁବା

ନା ପଶୁତ୍ଵକୁ ଆପଣେଇବା

କେବଳ ସରଳ ମଣିଷଟେ ହୋଇ,,,,

ମଣିଷତ୍ଵକୁ,,,,,ମନ ଭରି ଉପଭୋଗ କରିବା,,।


Rate this content
Log in